ପୁଣି ବଢିଲା ମୃତ୍ୟୁ ସଂଖ୍ୟା, ଦିନକରେ ରେକର୍ଡ ୪୦ କରୋନା ସଂକ୍ରମିତ ମୃତ
ଗତକାଲି ୩୭ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ସର୍ବାଧିକ ୪୦ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ ହଜାର ୮୩୧କୁ ବୃଦ୍ଧି ପାଇଛି।
ଭୁବନେଶ୍ୱର: ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ଏବେ ଚିନ୍ତାର କାରଣ ପାଲଟିଛି । ଦୈନିକ ସଂକ୍ରମଣରେ ସାମାନ୍ୟ ଆଶ୍ବସ୍ଥି ମିଳିଥିବା ବେଳେ ମୃତ୍ୟୁ ସଂଖ୍ୟା ତ ନିଦ ହଜେଇ ଦେଲାଣି । ଗତକାଲି ୩୭ କରୋନା ରୋଗୀଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ସର୍ବାଧିକ ୪୦ ଜଣ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୨ ହଜାର ୮୩୧କୁ ବୃଦ୍ଧି ପାଇଛି।

ତେବେ ଆଜି ବି ସର୍ବାଧିକ ମୃତ୍ୟୁ ଖବର ଆସିଛି ଅନୁଗୁଳ ଜିଲ୍ଲାରୁ। ଅନୁଗୁଳ ସମେତ କଟକ, କଳାହାଣ୍ଡି ଓ ଖୋର୍ଦ୍ଧାରୁ ଆଜି ୫ ଲେଖାଏଁ ରୋଗୀଙ୍କ ମୃତ୍ୟୁ ଘଟିଛି। ସେହିପରି ଝାରସୁଗୁଡ଼ାରୁ ୪, ବୌଦ୍ଧ ଓ ରାୟଗଡ଼ାରୁ ୩ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଦେବଗଡ଼, ସମ୍ବଲପୁର, ନବରଙ୍ଗପୁରରୁ ୨ ଲେଖାଏଁ ଓ ବାଲେଶ୍ୱର, ଢ଼େଙ୍କାନାଳ, ଯାଜପୁର, ମାଲକାନଗିରିରୁ ଜଣେ ଲେଖାଏଁ ରୋଗୀ ୨୪ ଘଣ୍ଟା ମଧ୍ୟରେ ଆଖି ବୁଜିଛନ୍ତି।
ସ୍ୱାସ୍ଥ୍ୟ ବିଶେଷଜ୍ଞ ନିରୋଜ ମିଶ୍ରଙ୍କ କହିବା ଅନୁଯାୟୀ, ୨ ସପ୍ତାହ ତଳେ ଯେତେବେଳେ କରୋନା ପିକ୍ରେ ଥିଲା ସେତେବେଳେ ଅଧିକ ରୋଗୀ ଗୁରୁତର ଥିଲେ। ସେମାନଙ୍କର ମୃତ୍ୟୁ ଏବେ ଘଟୁଛି। ତେଣୁ ମୃତ୍ୟୁ ସଂଖ୍ୟା ବଢୁଛି ବୋଲି କହିଛନ୍ତି ନିରୋଜ ମିଶ୍ର। ଯେତେବେଳେ ନିୟମିତ ୧୧ ହଜାର ସଂକ୍ରମିତ ବାହାରୁଥିଲେ ସେତେବେଳେ ଏହି ରୋଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିଲା ବୋଲି ସେ କହିଛନ୍ତି।












Click it and Unblock the Notifications