ଆଉ ୬୧ ଜଣଙ୍କ ପ୍ରାଣ ନେଲା କରୋନା
ରାଜ୍ୟରେ ଆଉ ୬୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
ଭୁବନେଶ୍ୱର: ରାଜ୍ୟରେ ଆଉ ୬୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି। ତେବେ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଥି ଯେ, ଏହି ମୃତ୍ୟୁ ସଂଖ୍ୟା ଗୋଟିଏ ଦିନର ନୂହେଁ । ବରଂ କରୋନା ଜନିତ ମୃତ୍ୟୁକୁ ନେଇ ଚାଲିଥିବା ଅଡିଟ୍ରୁ ଏହି ତଥ୍ୟ ଆସିଛି । ସେମାନଙ୍କ ମୃତ୍ୟୁ କରୋନା ଯୋଗୁ ହୋଇଥିବା ସ୍ପଷ୍ଟ ହୋଇଛି ବୋଲି କୁହାଯାଇଛି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪୪୭୬କୁ ବୃଦ୍ଧି ପାଇଛି।

କରୋନାରେ ପ୍ରାଣ ହରାଇଥିବା ଏହି ୬୧ ଜଣଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧ ଜଣ ଅଛନ୍ତି। ଏହି ୧୧ ଜଣଙ୍କ ମଧ୍ୟରୁ କେବଳ ଭୁବନେଶ୍ୱରରୁ ୫ ଜଣ ଅଛନ୍ତି। ସେହିପରି ବରଗଡ଼, ଗଞ୍ଜାମ,ମୟୂରଭଞ୍ଜ ଓ ପୁରୀରୁ ୬ ଜଣ ଲେଖାଏଁ ଥିବା ବେଳେ ସମ୍ବଲପୁର ଓ ସୁନ୍ଦରଗଡ଼ରୁ ୫ ଜଣ ଲେଖାଏଁ, କେନ୍ଦୁଝରରୁ ୪, ଢେଙ୍କାନାଳ, କଟକ ଓ ନୟାଗଡ଼ରୁ ୨ ଜଣ ଲେଖାଏଁ ଏବଂ ବୌଦ୍ଧ, ଗଜପତି, ଝାରସୁଗୁଡ଼ା, କେନ୍ଦ୍ରାପଡ଼ା, ନୂଆପଡ଼ା ଓ ରାୟଗଡ଼ାରୁ ଜଣେ ଲେଖାଏଁ ଅଛନ୍ତି।
NOTE: This list does not reflect deaths occurring on a particular day. It gives details of past deaths for which the death audit process has been duly completed and the cause of death has been identified as due to Covid-19.
— H & FW Dept Odisha (@HFWOdisha) July 9, 2021
ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୩୧କୁ ବୃଦ୍ଧି ପାଇଥିବା ବେଳେ ବରଗଡ଼ରେ ୧୭୮, ଗଞ୍ଜାମରେ ୩୭୦, ମୟୂରଭଞ୍ଜରେ ୧୪୯, ପୁରୀରେ ୨୬୬, ସମ୍ବଲପୁରରେ ୧୩୬, ସୁନ୍ଦରଗଡ଼ରେ ୩୮୯, କେନ୍ଦୁଝରରେ ୮୦, ନୟାଗଡ଼ରେ ୧୨୨, କଟକରେ ୩୦୫, ଢେଙ୍କାନାଳରେ ୯୧, ବୌଦ୍ଧରେ ୮୫, ଗଜପତିରେ ୭୧, ଝାରସୁଗୁଡ଼ାରେ ୧୩୦, କେନ୍ଦ୍ରାପଡ଼ାରେ ୯୪, ନୂଆପଡ଼ାରେ ୭୧ ଓ ରାୟଗଡ଼ାରେ ୧୫୦କୁ ବୃଦ୍ଧି ପାଇଛି।












Click it and Unblock the Notifications