ଭୟଙ୍କର ରୂପ ନେଲାଣି କରୋନା ମୃତ୍ୟୁ ସଂଖ୍ୟା !
ଆଜି ରାଜ୍ୟରେ ରେକର୍ଡ ୪୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୩୦୮୦କୁ ବୃଦ୍ଧି ପାଇଛି।
ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଉଥିବା ବେଳେ କିନ୍ତୁ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲାଗୁନି । ପାଞ୍ଚ ହଜାର ମାର୍କକୁ ଖସିଲା ଦୈନିକ ସଂକ୍ରମଣ । ହେଲେ ବଢି ବଢି ଚାଲିଛି ମୃତ୍ୟୁ ସଂଖ୍ୟା । ଆଜି ରାଜ୍ୟରେ ରେକର୍ଡ ୪୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୩୦୮୦କୁ ବୃଦ୍ଧି ପାଇଛି।

ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ରୋଗୀଙ୍କ ମୃତ୍ୟୃ ଘଟିଛି। ଏହି ଜିଲ୍ଲାରୁ ୬ ଜଣ କରୋନା ରୋଗୀ ଆଖି ବୁଜିଛନ୍ତି। ସେହିପରି କଟକ ଓ କଳାହାଣ୍ଡିରୁ ୫ ଲେଖାଏଁ, ଅନୁଗୁଳ, ଢେଙ୍କାନାଳ ଓ ସୁନ୍ଦରଗଡ଼ରୁ ୪ ଲେଖାଏଁ ରୋଗୀଙ୍କ ମୃତ୍ୟୁ ଘଟିଛି। ଅନ୍ୟପକ୍ଷେ ବୌଦ୍ଧ, ଝାରସୁଗୁଡ଼ାରୁ ୩ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ବରଗଡ଼, ରାୟଗଡ଼ାରୁ ୨ ଲେଖାଏଁ; ବାଲେଶ୍ୱର, ଜଗତସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, ମାଲକାନଗିରି, ମୟୂରଭଞ୍ଜ ଓ ନୟାଗଡ଼ରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ ହୋଇଛନ୍ତି।
ତେବେ ରାଜ୍ୟରେ ଆଗାମୀ ସପ୍ତାହ କିମ୍ବା ଦଶ ଦିନ ଭିତରେ କରୋନା ସଂକ୍ରମଣ ଆହୁରି କମିଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର । ଯେହେତୁ ୬୦ ପ୍ରତିଶତ ଲୋକ ଏବେ ମଧ୍ୟ ଗୁରୁତର ହୋଇ ଆଇସିୟୁରେ ଅଛନ୍ତି, ତେଣୁ ମୃତ୍ୟୁ ସଂଖ୍ୟା ଅଧିକ ଅଛି ବୋଲି ସେ କହିଛନ୍ତି।












Click it and Unblock the Notifications