Odisha Corona Death: ଆଉ ୬୫ ମୃତ୍ୟୁର ହିସାବ ଦେଲେ ରାଜ୍ୟ ସରକାର

ରାଜ୍ୟରେ କରୋନାରେ ପ୍ରାଣ ହରାଇଥିବା ଆଉ ୬୫ ଜଣ ଲୋକଙ୍କ ସଂପର୍କରେ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୫୯୯କୁ ବୃଦ୍ଧି ପାଇଛି।

ଭୁବନେଶ୍ୱର: ରାଜ୍ୟରେ କରୋନାରେ ପ୍ରାଣ ହରାଇଥିବା ଆଉ ୬୫ ଜଣ ଲୋକଙ୍କ ସଂପର୍କରେ ସୂଚନା ଦେଇଛି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ। ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୫୯୯କୁ ବୃଦ୍ଧି ପାଇଛି। ଏହି ୬୫ ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪ ଜଣ ଅଛନ୍ତି।

Odisha Corona Death

ସେହିପରି ପୁରୀ, କେନ୍ଦୁଝର ଓ ବରଗଡ଼ ଜିଲ୍ଲାରୁ ୬ ଜଣ ଲେଖାଏଁ ଥିବା ବେଳେ ଅନୁଗୋଳ ଓ ମୟୂରଭଞ୍ଜରୁ ୫ ଜଣ ଲେଖାଏଁ, ନୟାଗଡ଼ରୁ ୪, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା ଓ ଗଞ୍ଜାମରୁ ୩ ଜଣ ଲେଖାଏଁ, ବାଲେଶ୍ୱର, ବଲାଙ୍ଗିର, ବୌଦ୍ଧ, କଟକ, ଢେଙ୍କାନାଳ, ଜଗତସିଂହପୁର, ଝାରସୁଗୁଡ଼ା, କଳାହାଣ୍ଡି, କନ୍ଧମାଳ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଅଛନ୍ତି।

ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୭୫୬ରେ ପହଞ୍ଚିଥିବା ବେଳେ ପୁରୀରେ ୨୭୯,କେନ୍ଦୁଝରରେ ୮୮, ବରଗଡ଼ରେ ୧୯୧, ଅନୁଗୋଳରେ ୧୯୨, ମୟୂରଭଞ୍ଜରେ ୧୫୫, ନୟାଗଡ଼ରେ ୧୨୮, ସୁନ୍ଦରଗଡ଼ରେ ୩୯୮,କେନ୍ଦ୍ରାପଡ଼ାରେ ୧୦୦, ଗଞ୍ଜାମରେ ୩୭୯, ବାଲେଶ୍ୱରରେ ୧୩୫, ବଲାଙ୍ଗିରରେ୮୩, ବୌଦ୍ଧରେ୮୬, କଟକରେ ୩୦୮, ଜଗତସିଂହପୁରରେ ୮୧, ଝାରସୁଗୁଡ଼ାରେ ୧୩୨, କଳାହାଣ୍ଡିରେ ୧୮୮, କନ୍ଧମାଳରେ ୫୩ ଓ ସମ୍ବଲପୁରରେ ୧୪୧କୁ ବୃଦ୍ଧି ପାଇଛି।

ସୂଚନାଯୋଗ୍ୟ, ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୨୮୨ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୯୨ ଜଣ ଅଛନ୍ତି। ନୂଆ କେସ୍ ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୩୯ ହଜାର ୭୫୨ରେ ପହଞ୍ଚି ଯାଇଛି। ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୯ ହଜାର ୬୩୯ ଜଣ ସୁସ୍ଥ ହୋଇସାରିଛନ୍ତି। ସେହିପରି ୨୫ ହଜାର ୪୬୧ ଜଣ ଚିକିତ୍ସାଧୀନ ଅଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+