୨୪ଘଣ୍ଟାରେ କରୋନା ନେଲା ୪୨ ଜଣଙ୍କ ଜୀବନ
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮ ଜଣଙ୍କର ମୃତ୍ୟୁ ହୋଇଛି ।
ଭୁବନେଶ୍ୱର: ଏବେ ବି ଥମୁ ନାହିଁ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮ ଜଣଙ୍କର ମୃତ୍ୟୁ ହୋଇଛି ।

ସେହିପରି ବରଗଡ଼ରୁ ୫, ସୁନ୍ଦରଗଡ଼ରୁ ୪, ଅନୁଗୋଳ, ଝାରସୁଗୁଡ଼ା, ସମ୍ବଲପୁର ଓ ଗଞ୍ଜାମରୁ ୩ ଜଣ ଲେଖାଏଁ, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, କଳାହାଣ୍ଡି, ପୁରୀ ଓ ନୟାଗଡ଼ରୁ ୨ ଜଣ ଲେଖାଏଁ ଏବଂ କେନ୍ଦୁଝର ଜିଲ୍ଲାରୁ ଜଣେ ଅଛନ୍ତି।
ଖୋର୍ଦ୍ଧା ଜିଲ୍ଲାରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୬୮୨କୁ ବୃଦ୍ଧି ପାଇଥିବା ବେଳେ ବରଗଡ଼ରେ ୧୫୨, ସୁନ୍ଦରଗଡ଼ରେ ୩୬୭, ଅନୁଗୋଳରେ ୧୮୨, ଢେଙ୍କାନାଳରେ ୭୪, ଗଞ୍ଜାମରେ ୩୪୮, ଜଗତସିଂହପୁରରେ ୭୭୭, ଯାଜପୁରରେ ୪୪, ଝାରସୁଗୁଡ଼ାରେ ୧୨୮, କଳାହାଣ୍ଡିରେ ୧୭୪, କେନ୍ଦୁଝରରେ ୭୪, ନୟାଗଡ଼ରେ ୧୦୭, ପୁରୀରେ ୨୪୨ ଓ ସମ୍ବଲପୁର ଜିଲ୍ଲାରେ ୧୩୦କୁ ବୃଦ୍ଧି ପାଇଛି।
୨୮୭୦ଟି ନୂଆ ମାମଲା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୨୧ ହଜାର ୮୯୬ ହୋଇଯାଇଛି। ସେମାନଙ୍କ ମଧ୍ୟରୁ ୮ ଲକ୍ଷ ୮୭ ହଜାର ୪୨୦ ଜଣ ସୁସ୍ଥ ହୋଇସାରିଛନ୍ତି। ୩୦ ହଜାର ୨୨୭ ଜଣ ଏବେ ଚିକିତ୍ସାଧୀନ ଥିବା ବେଳେ ମୃତ୍ୟୁ ସଂଖ୍ୟା ୪୧୯୬କୁ ବୃଦ୍ଧି ପାଇଛି।












Click it and Unblock the Notifications