ଲମ୍ବା ଡିଆଁ ମାରିଲା କରୋନା ମୃତ୍ୟୁ ସଂଖ୍ୟା, ଦିନକରେ ଗଲା ୪୬ ଜୀବନ

ଗତକାଲି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୦ ତଳକୁ ଖସି ଆସିଥିବା ବେଳେ ଆଜି ହଠାତ୍‌ ତାହା ଲମ୍ବ ଡିଆଁ ମାରି ୪୬ରେ ପହଞ୍ଚିଛି।

ଭୁବନେଶ୍ୱର: କରୋନାର ଦ୍ବିତୀୟ ଲହରୀ କୋପ ରାଜ୍ୟରେ ଧିରେ ଧିରେ କମି ଆସୁଥିବା ବେଳେ ହଠାତ୍ ଆଜି ଏହା ବଢିଯାଇଥିବା ଦେଖିବାକୁ ମିଳିଛି । ସଂକ୍ରମଣ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ଘଟିଥିବା ବେଳେ ଲମ୍ବା ଡିଆଁ ମାରିଛି ମୃତ୍ୟୁ ସଂଖ୍ୟା । ଗତକାଲି ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୦ ତଳକୁ ଖସି ଆସିଥିବା ବେଳେ ଆଜି ହଠାତ୍‌ ତାହା ଲମ୍ବ ଡିଆଁ ମାରି ୪୬ରେ ପହଞ୍ଚିଛି।

Odisha Corona Death

ରାଜ୍ୟରେ ମୃତ ୪୬ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ଼, କଟକ, ପୁରୀରୁ ୫ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି। ଏହାବାଦ ଝାରସୁଗୁଡ଼ା, ସମ୍ବଲପୁରରୁ ୪ ଲେଖାଏଁ କରୋନାରେ ଆକ୍ରାନ୍ତ ହୋଇ ପ୍ରାଣ ହରାଇଥିବା ବେଳେ ଜଗତସିଂହପୁର, ସୁନ୍ଦରଗଡ଼ରୁ ୩ ଜଣ ଲେଖାଏଁଙ୍କ ଜୀବନ ନେଇଛି କରୋନା।

ଏହାବାଦ ଗଂଜାମ, କଳାହାଣ୍ଡି, ମୟୂରଭଂଜରୁ ୨ ଲେଖାଏଁ ଆକ୍ରାନ୍ତ ମୃତ ହୋଇଥିବା ବେଳେ କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ସୁବର୍ଣ୍ଣପୁରରୁ ଜଣେ ଲେଖାଏଁ ଆଖି ବୁଜିଛନ୍ତି। କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ସୁବର୍ଣ୍ଣପୁରରୁ ମଧ୍ୟ ଜଣେ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+