Corona Death: ପୁଣି ଗଲା ୪୪ ସଂକ୍ରମିତଙ୍କ ଜୀବନ
ରାଜ୍ୟରେ ଆଜି ମଧ୍ୟ ମୃତ୍ୟୁ ସଂଖ୍ୟାରେ ରୋକ ଲାଗିନି । ଗତ 24 ଘଣ୍ଟାରେ ରାଜ୍ୟରେ ପୁଣି ୪୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
ଭୁବନେଶ୍ୱର: ରାଜ୍ୟରେ ଆଜି ମଧ୍ୟ ମୃତ୍ୟୁ ସଂଖ୍ୟାରେ ରୋକ ଲାଗିନି । ଗତ 24 ଘଣ୍ଟାରେ ରାଜ୍ୟରେ ପୁଣି ୪୪ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ, ବାଲେଶ୍ୱର, ବରଗଡ଼, କଟକରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି ।

ସେହିଭଳି ଜଗତସିଂହପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ପୁରୀ, ରାୟଗଡ଼ା, ସୁନ୍ଦରଗଡ଼ରୁ ମଧ୍ୟ ୩ ଜଣ ଲେଖାଏଁ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି । ଅନ୍ୟପଟେ ଅନୁଗୁଳ, କଳାହାଣ୍ଡି, ନୟାଗଡ଼ରୁ ୨ ଜଣ ଲେଖାଏଁ ମୃତ୍ୟ ବରଣ କରିଥିବା ରିପୋର୍ଟ ମିଳିଛି । ବଲାଙ୍ଗିର, ଢେଙ୍କାନାଳ, ଗଂଜାମ, ଭଦ୍ରକ, ଝାରସୁଗୁଡ଼ା, ସମ୍ବଲପୁରରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାଜ୍ୟରେ ଏବେ ସୁଦ୍ଧା କରୋନା ଜନିତ ମୃତ୍ୟୁ ସଂଖ୍ୟା ୩୩୪୬କୁ ବୃଦ୍ଧି ପାଇଛି ।
ସେହିଭଳି ରାଜ୍ୟରେ ଗତ ୨୪ ଘଣ୍ଟାରେ ୪ ହଜାର ୩୩୯ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହା ମଧ୍ୟରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୪୭୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ୧୮୬୪ ରହିଛି ।












Click it and Unblock the Notifications