୨୪ ଘଣ୍ଟାରେ ୮୩୬ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ

CORONA UPDATE :ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍, ୨୪ ଘଣ୍ଟା ମଧ୍ୟରେ ୮୩୬ ଜଣ କରୋନା ସଂକ୍ରମଣ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍ । କ୍ରମାଗତ ଭାବେ ସଂକ୍ରମଣ ହ୍ରାସ ପାଉଥିବା ଦେଖାଦେଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୮୩୬ ନୂତନ ମାମଲା ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୪୯୦ ଜଣ, ସ୍ଥାନୀୟ ୩୪୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୪୮ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ଜଣାଯାଇଛି । ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୧୭୫ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି ।

CORONA

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧାରୁ ୯୧, କଟକରୁ ୩୪ ଜଣ , ବରଗଡ଼ରୁ ୪୭ ଜଣ , ଅନୁଗୁଳରୁ ୨ ଜଣ, ବାଲେଶ୍ବର ଜିଲ୍ଲାରୁ ୧୬ ଜଣ, ଭଦ୍ରକରୁ ୪ ଜଣ,ବଲାଙ୍ଗୀରରୁ ୩୩ ଜଣ, ବୌଦ୍ଧରୁ ୨୩ ଜଣ,ଦେବଗଡ଼ରୁ ୫ ଜଣ,ଢେଙ୍କାନାଳରୁ ୧, ଗଜପତିରୁ ୬ ଜଣ, ଜଗତସିଂହପୁରରୁ ୨ ଜଣ, ଯାଜପୁରରୁ ୧୨ ଜଣ, ଝାରସୁଗୁଡ଼ାରୁ ୧୯ ଜଣ, ଗଞ୍ଜାମରୁ ୩, କଳାହାଣ୍ଡି ଜିଲ୍ଲାରୁ ୩୭ ଜଣ, କନ୍ଧମାଳରୁ ୨୧ ଜଣ, କେନ୍ଦ୍ରାପଡ଼ାରୁ ୩ ଜଣ,କେଉଁଝରରୁ ୧୦, କୋରାପୁଟ ଜିଲ୍ଲାରୁ ୧୨ ଜଣ,ମୟୂରଭଞ୍ଜରୁ ୭୨ଜଣ, ନବରଙ୍ଗପୁରରୁ ୩୨ ନୟାଗଡ଼ ୧୭ ଜଣ,ନୂଆପଡ଼ାରୁ ୧୪ ଜଣ, ପୁରୀରୁ ୩ ଜଣ, ରାୟଗଡ଼ାରୁ ୨୧ ଜଣ,ସମ୍ବଲପୁରରୁ ୮୩ ଜଣ ,ସୋନପୁରରୁ ୧୬ ଜଣ, ଷ୍ଟେଟପୁଲରୁ ୨୧ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ରାଜ୍ୟରେ ୧୩,୧୮,୧୪୫ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ, ୧୩,୦୨,୯୪୧ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ଏବେ ବି ୬୦୦୫ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+