ସାମାନ୍ୟ କମିଲା ସଂକ୍ରମଣ: ଆଜି ୧୦ ହଜାର ୩୬୮ ପଜିଟିଭ ଚିହ୍ନଟ, ୭ ମୃତ

ରାଜ୍ୟରେ ସାମାନ୍ୟ କମିଲା କରୋନା ସଂକ୍ରମଣ । ରାଜ୍ୟରେ ୨୪ ଘଣ୍ଟାରେ ୧୦ ହଜାର ୩୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

ଭୁବନେଶ୍ୱର: ରାଜ୍ୟରେ ସାମାନ୍ୟ କମିଲା କରୋନା ସଂକ୍ରମଣ । ରାଜ୍ୟରେ ୨୪ ଘଣ୍ଟାରେ ୧୦ ହଜାର ୩୬୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ । ଚିହ୍ନଟ ହୋଇଥିବା ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୬ ହଜାର ୧୫ କେସ୍ ଚିହ୍ନଟ ହୋଇଥିବାବେଳେ ଲୋକାଲ କେସ୍ ୪ ହଜାର ୩୫୩ କେସ୍ ଚିହ୍ନଟ ହୋଇଛି । ସେହିପରି ଭାବରେ ୦ ରୁ ୧୮ ବର୍ଷ ମଧ୍ୟରେ ୧ ହଜାର ୯୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ରାଜ୍ୟରେ ୬ ହଜାର ୭୮୫ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ୭ ଜଣଙ୍କର ମୃତ୍ୟୁ ହୋଇଛି ।

odisha corona cases

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୦୩୬ ଜଣ ଆକ୍ରାନ୍ତ ରହିଛନ୍ତି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୩୬ ଜଣ, ବାଲେଶ୍ୱରରୁ ୩୦୪ ଜଣ, ବରଗଡ଼ରୁ ୧୫୨ ଜଣ, ଭଦ୍ରକରୁ ୧୨୯ ଜଣ, ବଲାଙ୍ଗୀରରୁ ୨୫୩ ଜଣ, ବୌଦ୍ଧ ଜିଲ୍ଲାରୁ ୭୬, କଟକରୁ ୯୪୦ ଜଣ, ଦେବଗଡ଼ରୁ ୭୮ ଜଣ, ଢେଙ୍କାନାଳରୁ ୮୩ ଜଣ, ଗଜପତିରୁ ୧୦୦, ଗଞ୍ଜାମରୁ ୧୮୭ ଜଣ, ଜଗତସିଂହପୁରରୁ ୧୬୫ ଜଣ, ଯାଜପୁରରୁ ୨୯୦ ଜଣ, ଝାରସୁଗୁଡ଼ାରୁ ୧୫୭ ଜଣ, କଳାହାଣ୍ଡିରୁ ୧୯୪ ଜଣ, କନ୍ଧମାଳରୁ ୮୩ ଜଣ, କେନ୍ଦ୍ରାପଡ଼ାରୁ ୧୦୬ ଜଣ, କେଉଁଝରରୁ ୧୨୩ ଜଣ, କୋରାପୁଟରୁ ୨୦୨ ଜଣ, ମାଲକାନଗିରିରୁ ୫୮ ଜଣ, ମୟୁରଭଞ୍ଜରୁ ୧୬୫ ଜଣ, ନବରଙ୍ଗପୁରରୁ ୧୬୨, ନୟାଗଡ଼ରୁ ୧୪୯ ଜଣ, ନୂଆପଡ଼ାରୁ ୧୯୬ ଜଣ, ପୁରୀରୁ ୧୪୦ ଜଣ, ରାୟଗଡ଼ାରୁ ୨୦୮ ଜଣ, ସମ୍ୱଲପୁରରୁ ୨୪୭ ଜଣ, ସୋନପୁରରୁ ୧୮୦, ସୁନ୍ଦରଗଡ଼ରୁ ୫୦୫ ଜଣ ଓ ଷ୍ଟେଟ ପୁଲରୁ ୬୬୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୧,୭୭,୪୬୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୦,୮୦, ୫୬୨ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୮୮, ୩୪୬ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

ସେହିପରି ରାଜ୍ୟରେ ୭ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ହୋଇଛି । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୫୦୧କୁ ବୃଦ୍ଧି ପାଇଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ କେବଳ ଭୁବନେଶ୍ୱରରୁ ୪ ଜଣ ଥିବା ଜଣାଯାଇଛି। ଅପରପକ୍ଷରେ ଗଞ୍ଜାମ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତ ପ୍ରାଣ ହରାଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+