ରାଜ୍ୟରେ ୫ ହଜାର ମୁହାଁ ଦୈନିକ କରୋନା ସଂକ୍ରମଣ, ଖୋର୍ଦ୍ଧା ହଟସ୍ପଟ୍
ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୪ ହଜାର ୭୧୪ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ମଧ୍ୟରେ ୪୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୨ ହଜାର ୭୫୫ଟି ମାମଲା ଆସିଛି ।
ଭୁବନେଶ୍ୱର: ଦ୍ରୁତ ଗତିରେ ରାଜ୍ୟରେ ବଢ଼ି ଚାଲିଛି କରୋନା ସଂକ୍ରମଣ। ଏବେ ଦୈନିକ ସଂକ୍ରମଣ ୫ହଜାର ମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରୁ ଆଉ ୪ ହଜାର ୭୧୪ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ମଧ୍ୟରେ ୪୧୬ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କ୍ୱାରେଣ୍ଟାଇନରୁ ୨ ହଜାର ୭୫୫ଟି ମାମଲା ଆସିଛି । ସେହିଭଳି ୧ ହଜାର ୯୫୯ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧାରୁ ସର୍ବାଧିକ ୧୬୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୨୨, ବାଲେଶ୍ୱରରୁ ୧୨୩, ବରଗଡ଼ରୁ ୫୬, ଭଦ୍ରକରୁ ୭, ବଲାଙ୍ଗିରରୁ ୯୯, ବୌଦ୍ଧରୁ ୬, କଟକରୁ ୩୬୦, ଦେବଗଡ଼ରୁ ୩୬, ଢେଙ୍କାନାଳରୁ ୯, ଗଜପତିରୁ ୩୨, ଗଞ୍ଜାମରୁ ୭୦, ଜଗତସିଂହପୁରରୁ ୬୩, ଯାଜପୁରରୁ ୮୩, ଝାରସୁଗୁଡ଼ାରୁ ୧୫୪, କଳାହାଣ୍ଡିରୁ ୧୫, କନ୍ଧମାଳରୁ ୧୩, କେନ୍ଦ୍ରାପଡ଼ାରୁ ୧୦, କେନ୍ଦୁଝରରୁ ୪୩ ଓ କୋରାପୁଟରୁ ୬୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ମାଲକାନଗିରିରୁ ୩, ମୟୂରଭଞ୍ଜରୁ ୧୧୩, ନବରଙ୍ଗପୁରରୁ ୩୭, ନୟାଗଡ଼ରୁ ୩୪, ନୂଆପଡ଼ାରୁ ୩୨, ପୁରୀରୁ ୧୧୯, ରାୟଗଡ଼ାରୁ ୩୧, ସମ୍ବଲପୁରରୁ ୪୩୭, ସୋନପୁରରୁ ୪୬, ସୁନ୍ଦରଗଡ଼ରୁ ୬୬୨ ଓ ଷ୍ଟେଟପୁଲରୁ ୩୧୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥିସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୭୦ ହଜାର ୮୬୯କୁ ବୃଦ୍ଧି ପାଇଛି । ଏବେ ରାଜ୍ୟରେ ୧୬ ହଜାର ୧୧୭ ଜଣ ସକ୍ରିୟ କୋଭିଡ୍ ମାମଲା ରହିଛି । ଖୋର୍ଦ୍ଧା, ସୁନ୍ଦରଗଡ଼, ସମ୍ବଲପୁର ଜିଲ୍ଲା ରେଡ୍ ଜୋନରେ ଥିବାବେଳେ ଝାରସୁଗୁଡ଼ା ଓ କଟକ ଜିଲ୍ଲା ୟେଲୋ ଜୋନରେ ରହିଛି ।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ଲକ୍ଷ ୭୦ ହଜାର ୮୬୯କୁ ବୃଦ୍ଧି ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦ ଲକ୍ଷ ୪୬ ହଜାର ୨୩୧ ଜଣ ସୁସ୍ଥ ହୋଇସାରିଲେଣି। ଏବେ ୧୬, ୧୧୭ ଜଣ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ରାଜ୍ୟରେ ଓମିକ୍ରନ୍ ଆକ୍ରାନ୍ତଙ୍କ ସଂଖ୍ୟା ୭୪କୁ ବୃଦ୍ଧି ପାଇଛି।












Click it and Unblock the Notifications