୨୪ ଘଣ୍ଟାରେ ବାହାରିଲେ ୩୪୨ କରୋନା ପଜିଟିଭ
ରାଜ୍ୟରେ ଆଉ ୩୪୨ କରୋନା ପଜିଟିଭ ଚିହ୍ନଟ । ସଙ୍ଗରୋଧରୁ ୧୯୬ ଓ ସ୍ଥାନୀୟ ଅଞ୍ଚଳରୁ ୧୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ୱର: ରାଜ୍ୟରେ ଆଉ ୩୪୨ କରୋନା ପଜିଟିଭ ଚିହ୍ନଟ । ସଙ୍ଗରୋଧରୁ ୧୯୬ ଓ ସ୍ଥାନୀୟ ଅଞ୍ଚଳରୁ ୧୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮ବର୍ଷ ବୟସ୍କ ବର୍ଗରେ ୮୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

ଅନୁଗୁଳ ୧୨, ବାଲେଶ୍ୱର ୧୪, ବରଗଡ ୯, ଭଦ୍ରକ ୫, ବଲାଙ୍ଗୀର ୨, ବୌଦ୍ଧ ୧୦, କଟକ ୨୦, ଦେବଗଡ ୪, ଢେଙ୍କାନାଳ ଜଣେ, ଗଜପତି ୨୯, ଗଞ୍ଜାମ ୫, ଜଗତସିଂହପୁର ୮, ଯାଜପୁର ୨୦, ଝାରସୁଗୁଡା ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି କଳାହାଣ୍ଡି ୫, କନ୍ଧମାଳ ୩, କେନ୍ଦ୍ରାପଡା ୧୬, କେନ୍ଦୁଝର ୨, ଖୋର୍ଦ୍ଧା ୩୨, କୋରାପୁଟ ୯, ମାଲକାନଗିରି ୨, ମୟୂରଭଞ୍ଜ ୧୪, ନବରଙ୍ଗପୁର ୩, ନୟାଗଡ ୯, ନୂଆପଡା ୫, ପୁରୀ ୩, ରାୟଗଡା ୧୪, ସମ୍ବଲପୁର ୨୪, ସୋନପୁର ୩, ସୁନ୍ଦରଗଡ ୩୯ ଓ ଷ୍ଟେଟପୋଲରୁ ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨୮୩୬୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୩୨୦ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୨୮୩୬୩୯ ୩ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୮୯୯୧୦୪୩ ସାମ୍ପୁଲ ଟେଷ୍ଟ୍ ହୋଇଛି ।












Click it and Unblock the Notifications