ଆଜି ରାଜ୍ୟରେ ୧୦ ହଜାର ତଳେ ଦୈନିକ କରୋନା ସଂକ୍ରମଣ

ସାମାନ୍ୟ କମିଲା ଦୈନିକ କରୋନା ସଂକ୍ରମଣ । ରାଜ୍ୟରେ ଆଜି ୧୦ ହଜାର ତଳେ ରହିଛି କରୋନା ଗ୍ରାଫ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୯ ହଜାର ୮୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ୱର: ସାମାନ୍ୟ କମିଲା ଦୈନିକ କରୋନା ସଂକ୍ରମଣ । ରାଜ୍ୟରେ ଆଜି ୧୦ ହଜାର ତଳେ ରହିଛି କରୋନା ଗ୍ରାଫ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୯ ହଜାର ୮୩୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୪ ହଜାର ୧୩୪ ଲୋକାଲ କେସ୍ ଓ ୦ ରୁ ୧୮ ବର୍ଷ ମଧ୍ୟରେ ୯୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ୨୪ ଘଣ୍ଟାରେ ରାଜ୍ୟରେ କରୋନାରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସ୍ୱାସ୍ଥ୍ୟ ବିଭାଗ ସୂଚନା ଦେଇଛି ।

odisha corona cases

ତେବେ ଆଜି ବି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨,୯୪୬ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୧୧୩୪, କଟକ ୭୭୪, ଷ୍ଟେଟ୍‌ପୁଲ୍‌ରୁ ୫୭୭, ମୟୂରଭଞ୍ଜ ୨୯୫, ନୟାଗଡ଼ ୨୯୨, ବଲାଙ୍ଗିର ୨୮୮, ବାଲେଶ୍ୱର ୨୮୬, ରାୟଗଡ଼ା ୨୭୪, ଯାଜପୁର ୨୫୬,ସମ୍ବଲପୁର ୨୦୬, କୋରାପୁଟ ୧୭୪ ଓ ବରଗଡ଼ରୁ ୧୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାବାଦ ଅନୁଗୋଳରୁ ୧୧୪,ବରଗଡ଼ରୁ ୧୭୨, ଭଦ୍ରକ ୧୨୯, ବୌଦ୍ଧ ୧୨୦, ଦେବଗଡ଼ ୪୭, ଢେଙ୍କାନାଳ ୯୫, ଗଜପତି ୮୮, ଗଞ୍ଜାମ ୬୯, ଜଗତସିଂହପୁର ୧୫୨, ଝାରସୁଗୁଡ଼ା ୧୬୮, କଳାହାଣ୍ଡି୧୭୧, କନ୍ଧମାଳ ୯୧, କେନ୍ଦ୍ରାପଡ଼ା ୯୯, କେନ୍ଦଉଝର ୧୬୮, ମାଲକାନଗିରି ୫୬, ନବରଙ୍ଗପୁର ୧୫୬, ନୂଆପଡ଼ା ୧୭୩, ପୁରୀରୁ ୧୪୬ ଓ ସୋନପୁରରୁ ୧୧୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧ ଲକ୍ଷ ୮୭ ହଜାର ୨୯୫ ବେଳେ ସେମାନଙ୍କ ମଧ୍ୟରୁ ୧୦୮୯୦୩୩ ଜଣ ସୁସ୍ଥ ହୋଇସାରିଲେଣି। ଏବେ ରାଜ୍ୟରେ ୮୯୭୦୨ ଜଣ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି। ଅନ୍ୟପକ୍ଷରେ ମୃତ୍ୟୁ ସଂଖ୍ୟା ୮ ହଜାର ୫୦୭କୁ ବୃଦ୍ଧି ପାଇଛି। ସେହିପରି ଭାବରେ ଗତ ୨୪ ଘଣ୍ଟାରେ ୮ ହଜାର ୪୭୧ ଜଣ ସୁସ୍ଥ ହୋଇଛନ୍ତି ।

ରାଜ୍ୟରେ ଆଉ ୬ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। କଟକ ଜିଲ୍ଲାରୁ ଦିନକରେ ୨ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଥିବା ବେଳେ ଅନୁଗୋଳ ଓ ଜଗତସିଂହପୁର ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ପୁରୀ ଓ ଢେଙ୍କାନାଳରୁ ମଧ୍ୟ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+