୧୦ ହଜାର ତଳକୁ ଖସୁନି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ, ଖୋର୍ଦ୍ଧାରୁ ସର୍ବାଧିକ ୨୯୩୪ ଚିହ୍ନଟ
ଆଜି ରାଜ୍ୟରେ ଦିନକରେ ୧୦,୪୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ଆଜି କମିଛି ଦୈନିକ କରୋନା ସଂକ୍ରମଣ ।
ଭୁବନେଶ୍ୱର: ରାଜ୍ୟରେ ଗତ ୪ ଦିନ ଧରି ୧୦ ହଜାର ଟ୍ରେଣ୍ତରେ ରହିଛି ଦୈନିକ କରୋନା ସଂକ୍ରମଣ । ଆଜି ରାଜ୍ୟରେ ଦିନକରେ ୧୦,୪୮୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ତୁଳନାରେ ଆଜି କମିଛି ଦୈନିକ କରୋନା ସଂକ୍ରମଣ । ସେହିପରି ଗତକାଲି ତୁଳନାରେ ରାଜ୍ୟରେ ଟେଷ୍ଟିଂ ସଂଖ୍ୟା ମଧ୍ୟ କମିଛି । ଶୂନରୁ ୧୮ବର୍ଷ ବର୍ଗର ୯୮୨ ଆକ୍ରାନ୍ତ ଚିହ୍ନଟ । ସଙ୍ଗରୋଧରୁ ୬୦୮୨ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ଅଞ୍ଚଳରୁ ୪୪୦୭ ଜଣ । ଖୋର୍ଦ୍ଧାରୁ ସର୍ବାଧିକ ୨୯୩୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳରୁ ୧୫୮ ଜଣ, ବାଲେଶ୍ୱରରୁ ୪୩୩ ଜଣ, ବରଗଡ଼ରୁ ୧୬୬ ଜଣ, ଭଦ୍ରକରୁ ୧୧୮ ଜଣ, ବଲାଙ୍ଗୀରରୁ ୨୩୮ ଜଣ, ବୌଦ୍ଧ ଜିଲ୍ଲାରୁ ୮୫, କଟକରୁ ୭୮୬ ଜଣ, ଦେବଗଡ଼ରୁ ୪୪ ଜଣ, ଢେଙ୍କାନାଳରୁ ୭୦ ଜଣ, ଗଜପତିରୁ ୧୦୯, ଗଞ୍ଜାମରୁ ୯୨ ଜଣ, ଜଗତସିଂହପୁରରୁ ୨୦୭ ଜଣ, ଯାଜପୁରରୁ ୧୯୫ ଜଣ, ଝାରସୁଗୁଡ଼ାରୁ ୨୨୫ ଜଣ, କଳାହାଣ୍ଡିରୁ ୨୬୩ ଜଣ, କନ୍ଧମାଳରୁ ୫୬ ଜଣ, କେନ୍ଦ୍ରାପଡ଼ାରୁ ୯୦ ଜଣ, କେଉଁଝରରୁ ୧୦୫ ଜଣ, କୋରାପୁଟରୁ ୧୬୨ ଜଣ, ମାଲକାନଗିରିରୁ ୫୫ ଜଣ, ମୟୁରଭଞ୍ଜରୁ ୩୮୩ ଜଣ, ନବରଙ୍ଗପୁରରୁ ୧୫୯, ନୟାଗଡ଼ରୁ ୧୯୩ ଜଣ, ନୂଆପଡ଼ାରୁ ୧୦୮ ଜଣ, ପୁରୀରୁ ୧୯୮ ଜଣ, ରାୟଗଡ଼ାରୁ ୨୫୩ ଜଣ, ସମ୍ୱଲପୁରରୁ ୩୮୭ ଜଣ, ସୋନପୁରରୁ ୧୬୩, ସୁନ୍ଦରଗଡ଼ରୁ ୧୪୪୭ ଜଣ ଓ ଷ୍ଟେଟ ପୁଲରୁ ୭୦୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୧,୪୪,୪୦୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୦,୬୦, ୦୬୭ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୭୫, ୭୯୭ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।
କେବଳ ଜାନୁଆରୀ ମାସର ୧୭ ଦିନରେ ଚିହ୍ନଟ ହେଲେଣି ୮୮,୫୮୬ ସଂକ୍ରମିତ ଚିହ୍ନଟ ହେଲେଣି । ଗତକାଲି ତୁଳନାରେ ରାଜ୍ୟରେ ୬୮୮ ମାମଲା କମ ରହିଛି ।












Click it and Unblock the Notifications