ରାଜ୍ୟରେ ତଳ ମୁହାଁ କରୋନା ଗ୍ରାଫ: ଆଜି ଦୁଇ ଶହ ତଳେ ସଂକ୍ରମିତଙ୍କ ସଂଖ୍ୟା
ଗତ 24 ଘଣ୍ଟାରେ ରାଜ୍ୟରେ 185 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ 18 ବର୍ଷରୁ କମ ବୟସ ବର୍ଗରେ 35 ଜଣ ପିଲା ଅଛନ୍ତି । ସେହିପରି କ୍ୱାରେଣ୍ଟାଇନରୁ 109 ଜଣ ଓ 76ଟି ରହିଛି ଲୋକାଲ କେସ ।
ଭୁବନେଶ୍ୱର: ଗତ 24 ଘଣ୍ଟାରେ ରାଜ୍ୟରେ 185 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ 18 ବର୍ଷରୁ କମ ବୟସ ବର୍ଗରେ 35 ଜଣ ପିଲା ଅଛନ୍ତି । ସେହିପରି କ୍ୱାରେଣ୍ଟାଇନରୁ 109 ଜଣ ଓ 76ଟି ରହିଛି ଲୋକାଲ କେସ ।

ତେବେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 76, କଟକରୁ 14, ସମ୍ବଲପୁରରୁ 18, ମୟୁରଭଞ୍ଜରୁ 12 ଓ ଷ୍ଟେଟପୁଲରୁ 18 ଜଣ ରହିଛନ୍ତି । ସେହିପରି ବାଲେଶ୍ବରରୁ 9, ଭଦ୍ରକ, ବୌଦ୍ଧ, ଦେଓଗଡରୁ 2 ଜଣ ଲେଖାଏଁ, ଢେଙ୍କାନାଳ, ଗଞ୍ଜାମ, ନୟାଗଡ, ସୁନ୍ଦରଗଡରୁ ଜଣେ ଲେଖାଏଁ, ଜଗତସିଂହପୁରରୁ3, ଯାଜପୁରରୁ 7, କେନ୍ଦ୍ରାପଡାରୁ 4, ପୁରୀରୁ 7, ଓ ସୋନପୁରରୁ 4 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଏହି ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ ପଜିଟିଭଙ୍କ ସଂଖ୍ୟା 10 ଲକ୍ଷ 45 ହଜାର 656 ହୋଇଥିବାବେଳେ ଏମାନଙ୍କ ମଧ୍ୟରୁ 10 ଲକ୍ଷ 34ହଜାର 505 ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ 2719ଟି ସକ୍ରିୟ ମାମଲା ରହିଛି । ସେହିପରି ଆଜି ରାଜ୍ୟରେ ଦୁଇଟି କୋଭିଡ ମୃତ୍ୟୁ ମାମଲା ସାମ୍ନାକୁ ଆସିଛି । ମୃତକଙ୍କ ମଧ୍ୟରେ ଜଣେ ଭୁବନେଶ୍ୱରର ଓ ଅନ୍ୟ ଜଣେ ଖୋର୍ଦ୍ଧାର ରହିଛନ୍ତି ।












Click it and Unblock the Notifications