ରାଜ୍ୟରେ ତଳମୁହାଁ ସଂକ୍ରମଣ: ଜାଣନ୍ତୁ, ଆଜି କେତେ ଆକ୍ରାନ୍ତ, କେତେ ମୃତ ?
ରାଜ୍ୟରେ କରୋନା କାୟା କମୁଛି । ଏଣିକି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୩ଶହ ଭିତରେ ରହୁଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୨୭୧ ନୂଆ ସଂକ୍ରମିତ ।
ଭୁବନେଶ୍ୱର: ରାଜ୍ୟରେ କରୋନା କାୟା କମୁଛି । ଏଣିକି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ପାଖାପାଖି ୩ଶହ ଭିତରେ ରହୁଛି । ୨୪ ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ଆଉ ୨୭୧ ନୂଆ ସଂକ୍ରମିତ । ଏମାନଙ୍କ ଭିତରେ କ୍ୱାରେଣ୍ଟାଇନରୁ ୧୫୮ ଓ ଲୋକାଲ୍ କେସ ରହିଛି ୧୧୩ଟି । ୧୮ ବର୍ଷ ଭିତରେ ଆଉ ୬୦ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି । ୨୧ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ନୂଆ ଆକ୍ରାନ୍ତ ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୨ ଜଣ ପଜିଟିଭ୍ ବାହାରିଛନ୍ତି । କଟକରୁ ୨୩, ସମ୍ୱଲପୁରରୁ ୨୦, ବାଲେଶ୍ୱରରୁ ୧୪ ଏବଂ ଯାଜପୁର ଓ ସୁନ୍ଦରଗଡ଼ ଜିଲ୍ଲାରୁ ଆଉ ୧୦ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ବାକି ଜିଲ୍ଲାରେ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଦୁଇ ଅଙ୍କ ତଳେ ରହିଛି । ଭଦ୍ରକରୁ ୨ ଜଣ, ବଲାଙ୍ଗୀରରୁ ୧ ଜଣ, ଦେବଗଡ଼ରୁ ୮ ଜଣ, ଢେଙ୍କାନାଳରୁ ୫ ଜଣ , ଢେଙ୍କାନାଳରୁ ୫ ଜଣ, ଜଗତସିଂହପୁରରୁ ୭ ଜଣ, କଳାହାଣ୍ଡିରୁ ୨ ଜଣ, କେନ୍ଦ୍ରାପଡ଼ାରୁ ୨ ଜଣ, ମାଲକାନଗିରିରୁ ୫ ଜଣ, ମୟୂରଭଞ୍ଜରୁ ୫ ଜଣ, ନୟାଗଡ଼ରୁ ୨ ଜଣ, ନୂଆପଡ଼ାରୁ ୪ ଜଣ, ପୁରୀରୁ ୬ ଜଣ, ସୋନପୁରରୁ ୧ ଜଣ, ଜଣ ଓ ଷ୍ଟେଟ ପୁଲରୁ ୨୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୋଟ୍ ସଂଖ୍ୟା ୧୦ଲକ୍ଷ ୪୪ହଜାର ୬୯୯କୁ ବୃଦ୍ଧି ପାଇଛି । ସୁସ୍ଥ ହେଲେଣି ୧୦ଲକ୍ଷ ୩୩ହଜାର ୩୪୪ ସଂକ୍ରମିତ । ଏବେ ରାଜ୍ୟରେ ୨ହଜାର ୯୩୨ଟି ଆକ୍ଟିଭ୍ କେସ୍ ରହିଛି ।
ସେହିପରି ଗତ ୨୪ ଘଣ୍ଟାରେ ୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୭୦ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଓ ଭଦ୍ରକରୁ ଜଣେ ଲେଖାଏଁ ରହିଛନ୍ତି ।












Click it and Unblock the Notifications