ଆଜି ଆଉ ୪୮୨୯ ଜଣ କରୋନା ସଂକ୍ରମିତ ଚିହ୍ନଟ

ଆଜି ୪ହଜାର ୮୨୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସର ୪୪୮ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୨୮୨୩ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୨୦୦୬ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ଭୁବନେଶ୍ୱର: ରାଜ୍ୟରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଆଜି ୪ହଜାର ୮୨୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ବୟସର ୪୪୮ ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି। ସଂକ୍ରମିତଙ୍କ ମଧ୍ୟରୁ ୨୮୨୩ ଜଣ କ୍ଵାରେଣ୍ଟାଇନ୍ ସେଣ୍ଟରରୁ ଓ ୨୦୦୬ ଜଣ ସ୍ଥାନୀୟ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

odisha corona cases

ତେବେ ଆଜି ମଧ୍ୟ ଖୋର୍ଦ୍ଧାରୁ ସର୍ବାଧିକ ୯୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ସୁନ୍ଦରଗଡ଼ରୁ ୮୬୯ ଜଣ, ସମ୍ବଲପୁରରୁ ୬୪୪ ଜଣ, କଟକରୁ ୪୦୧ ଜଣ, ବାଲେଶ୍ବରରୁ ୨୧୦ ଜଣ, ଝାରସୁଗୁଡ଼ାରୁ ୧୮୯ ଜଣ, ମୟୂରଭଞ୍ଜରୁ ୧୬୨ ଜଣ,ପୁରୀରୁ ୧୩୦ ଜଣ, ବଲାଙ୍ଗୀରରୁ ୧୦୪ ଜଣ, ନବରଙ୍ଗପୁରରୁ ୮୫ ଜଣ, ବରଗଡ଼ରୁ ୮୪ ଜଣ, ରାୟଗଡ଼ାରୁ ୮୨ ଜଣ, କୋରାପୁଟରୁ ୭୭ ଜଣ, ଅନୁଗୁଳ ଓ ଭଦ୍ରକ ଜିଲ୍ଲାରୁ ୬୯ ଜଣ ଲେଖାଁଏ, କେନ୍ଦୁଝରରୁ ୬୩ ଜଣ, ନୂଆପଡ଼ାରୁ ୫୧ ଜଣ, ଗଞ୍ଜାମରୁ ୪୯ ଜଣ, କଳାହାଣ୍ଡିରୁ ୪୮ ଜଣ, ଜଗତସିଂହପୁୁରରୁ ୪୬ ଜଣ, ଗଜପତି ଓ ସୋନପୁର ଜିଲ୍ଲାରୁ ୩୨ ଜଣ ଲେଖାଁଏ, କେନ୍ଦ୍ରାପଡ଼ା ଓ ନୟାଗଡ଼ ଜିଲ୍ଲାରୁ ୨୪ ଜଣ ଲେଖାଁଏ, ଢ଼େଙ୍କାନାଳରୁ ୨୩ ଜଣ, ଦେବଗଡ଼ରୁ ୧୯ ଜଣ,ମାଲକାନଗିରିରୁ ୧୧ ଜଣ, କନ୍ଧମାଳରୁ ୮ ଜଣ, ବୌଦ୍ଧରୁ ୬ ଜଣ ଏବଂ ଷ୍ଟେଟ୍ ପୁଲ୍‌ରୁ ୨୧୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୭୫ ହଜାର ୬୯୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ୧୦ ଲକ୍ଷ ୪୬ ହଜାର ୬୧୭ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୨୦ ହଜାର ୫୬୦ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ଟିପିଆର ହିସାବରେ ଖୋର୍ଦ୍ଧା, ସୁନ୍ଦରଗଡ ଓ ସମ୍ବଲପୁର ରେଡ ଜୋନରେ ରହିଛନ୍ତି । ସେହିଭଳି କଟକ ଓ ଝୁରୁସୁଗୁଡା ୟେଲୋ ଜୋନରେ ରହିଛନ୍ତି ।

ଦୈନିକ ସଂକ୍ରମଣ ଡାଟା-

  • ଜାନୁଆରୀ ୧୦: ୪୮୨୯
  • ଜାନୁଆରୀ ୯: ୪୭୧୪
  • ଜାନୁଆରୀ ୮: ୩୬୭୯
  • ଜାନୁଆରୀ ୭: ୨୭୦୩
  • ଜାନୁଆରୀ ୬: ୧୮୯୭
  • ଜାନୁଆରୀ ୫: ୧୨୧୬
  • ଜାନୁଆରୀ ୪: ୬୮୦
  • ଜାନୁଆରୀ ୩: ୪୨୪
  • ଜାନୁଆରୀ ୨: ୪୨୪
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+