ରାଜ୍ୟରେ ଖସୁଛି ଦୈନିକ ସଂକ୍ରମଣ , ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୫୬ ଜଣ ପଜିଟିଭ୍ ଟିହ୍ନଟ

Odisha corona cases:ରାଜ୍ୟରେ କରୋନା ଗ୍ରାଫ୍ ତଳ ମୁହାଁ , ୩ ଶହ ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି । ଆଜି ମଧ୍ୟ ୩ ଶହ ତଳେ ରହିଛି ଦୈନିକ କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୫୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୫୧ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୧୦୬ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରେ ୪୩ ଜଣ 0-୧୮ ବର୍ଷ ବୟସର ଶିଶୁ- କିଶୋର ଥିବା ସୂଚନା ରହିଛି ।

CORONA
ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୫୬ ଜଣ ପଜିଟିଭ୍ ଟିହ୍ନଟ ହୋଇଥିବା ବେଳେ କଟକରୁ ୨୨ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୪, ବାଲେଶ୍ବରରୁ ୫, ବରଗଡ଼ରୁ ୧୦, ଭଦ୍ରକରୁ ୧, ବଲାଙ୍ଗୀରରୁ ୨୨ ଜଣ, ବୌଦ୍ଧରୁ ୨, ଦେବଗଡ଼ରୁ ୨ ଜଣ, ଗଜପତିରୁ ୩ ଜଣ, ଜଗତସିଂହପୁରୁ ୧, ଯାଜପୁରରୁ ୮ ଜଣ, ଝାରସୁଗୁଡ଼ାରୁ ୨, କଳାହାଣ୍ଡି ଜିଲ୍ଲାରୁ ୮ ଜଣ,କନ୍ଧମାଳରୁ ୪ ଜଣ, କେନ୍ଦୁଝରରୁ ୬,କେନ୍ଦ୍ରାପଡ଼ାରୁ ୨ , ମୟୂରଭଞ୍ଜରୁ ୧୨ ଜଣ, ନବରଙ୍ଗପୁରରୁ ୭,ନୟାଗଡ଼ ୬ ଜଣ, ନୂଆପଡ଼ାରୁ ୬, ପୁରୀରୁ ୬ ଜଣ, ରାୟଗଡ଼ାରୁ ୧୦, ସମ୍ବଲପୁରରୁ ୧୫ ଜଣ ଓ ଷ୍ଟେଟପୁଲରୁ ୭ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ତେବେ ଏପର୍ଯ୍ୟନ୍ତ ରାଜ୍ୟରେ ୧୩, ୨୬, ୯୨୯ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୩,୧୫, ୭୨୪ ଜଣ ସୁସ୍ଥ ହୋଇଛନ୍ତି । ସେପଟେ ଏବେ ମଧ୍ୟ ରାଜ୍ୟରେ ୧୯୮୦ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+