ରାଜ୍ୟରେ କରୋନା ଗ୍ରାଫ୍ ତଳ ମୁହାଁ , ୩ ଶହ ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା

odisha corona cases:ରାଜ୍ୟରେ କରୋନା ଗ୍ରାଫ୍ ତଳ ମୁହାଁ , ୩ ଶହ ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ୍ ତଳ ମୁହାଁ । ୩ ଶହ ତଳକୁ ଖସିଲା ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୮୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଗତକାଲି ୨୬୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏମାନଙ୍କ ମଧ୍ୟରୁ ୧୬୮ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୧୨୧ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରେ ୫୪ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ଥିବା ସୂଚନା ରହିଛି ।

ODISHA CORONA

ଆଜି ସର୍ବାଧିକ ସୁନ୍ଦରଗଡ଼ ଜିଲ୍ଲାରୁ ୬୬ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ୬୦,କଟକରୁ ୨୫ ଜଣ, ବାଲେଶ୍ବର ଜିଲ୍ଲାରୁ ୬, ବରଗଡ଼ରୁ ୯ ଜଣ, ଭଦ୍ରକରୁ ୧, ବଲାଙ୍ଗୀରରୁ ୧୧ ଜଣ, ବୌଦ୍ଧରୁ ଜିଲ୍ଲାରୁ ୧୨, ଦେବଗଡ଼ରୁ ୨ ଜଣ, ଗଜପତିରୁ ୧ ଜଣ, ଜଗତସିଂହପୁରୁ ୩, ଯାଜପୁରରୁ ୪ ଜଣ,ଝାରସୁଗୁଡ଼ାରୁ ୨,କଳାହାଣ୍ଡି ଜିଲ୍ଲାରୁ ୮ ଜଣ, କନ୍ଧମାଳରୁ ୭ ଜଣ, କେନ୍ଦୁଝରରୁ ୪ , କୋରାପୁଟ ଜିଲ୍ଲାରୁ ୪ ଜଣ,ମୟୂରଭଞ୍ଜରୁ ୬ ଜଣ, ନବରଙ୍ଗପୁରରୁ ୩ ଜଣ, ନୟାଗଡ଼ ଜିଲ୍ଲାରୁ ୭ ଜଣ, ନୂଆପଡ଼ାରୁ ୧୦, ପୁରୀରୁ ୯ ଜଣ, ସମ୍ବଲପୁରରୁ ୧୧ ଜଣ, ସୋନପୁରରୁ ୫ ଜଣ ଓ ଷ୍ଟେଟପୁଲରୁ ୧୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

2
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩୨୬୬୭୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୯୮୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୩୧୫୪୫୯ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ୧୯୮୯ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+