୨୪ ଘଣ୍ଟାରେ ନୂଆ ୪୫୩ କୋଭିଡ୍ ପଜିଟିଭ୍ ଚିହ୍ନଟ
ଗତ ୨୪ ଘଣ୍ଟା ମଧ୍ୟରେ ୪୫୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୬୫ ଜଣ କ୍ୱାରେଣ୍ଟାଇନ୍ରୁ ହୋଇଥିବା ବେଳେ ୧୮୮ ଜଣ ଲୋକାଲ୍ କେସ୍ ରହିଛନ୍ତି ।
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ୪୫୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୨୬୫ ଜଣ କ୍ୱାରେଣ୍ଟାଇନ୍ରୁ ହୋଇଥିବା ବେଳେ ୧୮୮ ଜଣ ଲୋକାଲ୍ କେସ୍ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୫୩ ଜଣ ପଜିଟିଭ ରହିଛନ୍ତି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ଜଣେ, ବାଲେଶ୍ୱର ଜିଲ୍ଲାରୁ ୧୭ଜଣ, ବରଗଡ଼ ଜିଲ୍ଲାରୁ ଜଣେ, ଭଦ୍ରକ ଜିଲ୍ଲାରୁ ୪ଜଣ, ବଲାଙ୍ଗୀର ଜିଲ୍ଲାରୁ ଜଣେ, ବୌଦ୍ଧ ଜିଲ୍ଲାରୁ ଜଣେ, କଟକ ଜିଲ୍ଲାରୁ ୫୯ଜଣ, ଦେଓଗଡ଼ ଜିଲ୍ଲାରୁ ୩ଜଣ, ଢେଙ୍କାନାଳ ଜିଲ୍ଲାରୁ ଜଣେ, ଗଞ୍ଜାମ ଜିଲ୍ଲାରୁ ୨ଜଣ, ଜଗତସିଂହପୁର ଜିଲ୍ଲାରୁ ୨୪ଜଣ, ଯାଜପୁର ଜିଲ୍ଲାରୁ ୧୩ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ଜଣେ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୪ଜଣ, କେନ୍ଦୁଝର ଜିଲ୍ଲାରୁ ଜଣେ, ଖୋର୍ଦ୍ଧା ଜିଲ୍ଲାରୁ ୨୦୧ଜଣ, କୋରାପୁଟ ଜିଲ୍ଲାରୁ ୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୨୨ଜଣ, ନୟାଗଡ଼ ଜିଲ୍ଲାରୁ ୩ଜଣ, ପୁରୀ ଜିଲ୍ଲାରୁ ୧୯ଜଣ, ରାୟଗଡ଼ା ଜିଲ୍ଲାରୁ ୩ଜଣ, ସମ୍ବଲପୁର ଜିଲ୍ଲାରୁ ୧୮ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୬ଜଣ, ଷ୍ଟେଟ ପୁଲରୁ ୪୫ଜଣ ରହିଛନ୍ତି ।
Covid-19 Report For 4th October
New Positive Cases: 453
Of which 0-18 years: 53
In quarantine: 265
Local contacts: 188(Details of local contacts will be shared by concerned Dist Administration)
District Wise Cases:
1. Angul: 1
— I & PR Department, Odisha (@IPR_Odisha) October 5, 2021
2. Balasore: 17
3. Bargarh: 1
4. Bhadrak: 4
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୨୮୮୧୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୯୩୫ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୦୧୫୬୦୮ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୦୨୯୫୧୬୮ ସାମ୍ପୁଲ ଟେଷ୍ଟ୍ ହୋଇଛି ।
Details of cases confirmed as death due to Covid-19, after due completion of death audit process:
1.A 56 years old Female of Bhubaneswar.
— H & FW Dept Odisha (@HFWOdisha) October 5, 2021
ସେହିପରି ଗତ ୨୪ ଘଣ୍ଟାରେ ୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୨୩କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ମୃତକଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ୨ଜଣ ରହିଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ରହିଛନ୍ତି ।












Click it and Unblock the Notifications