ରାଜ୍ୟରେ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ
odisha corona cases :ରାଜ୍ୟରେ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ ,୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯୮୧ ଜଣ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର: ଆଜି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହଜାର ତଳକୁ ଖସିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୯୮୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୭୫ ଜଣ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ବେଳେ ୪୦୬ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି।

ସେହିଭଳି ୧୬୬ ଜଣ ୧୮ ବର୍ଷରୁ କମ୍ ବୟସର ଶିଶୁ- କିଶୋର ସଂକ୍ରମିତ ରହିଛନ୍ତି । ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୨୫୯ ଜଣ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରୁ ୧୫୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ରାଜ୍ୟରେ ୧୩, ୧୨, ୧୬୧ ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧୨,୯୬, ୨୯୩ ଜଣ ସୁସ୍ଥ ହୋଇଛନ୍ତି । ଏବେ ବି ରାଜ୍ୟରେ ମୋଟ୍ ୬୬୩୨ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।
ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ୧, ବାଲେଶ୍ବରରୁ ୧୩ , ବରଗଡ଼ରୁ ୪୪, ଭଦ୍ରକରୁ ୧୨ , ବଲାଙ୍ଗୀରରୁ ୨୨ , ବୌଦ୍ଧରୁ ୧୦ , କଟକରୁ ୩୮ , ଢେଙ୍କାନାଳରୁ ୩, ଦେବଗଡ଼ରୁ ୮, ଗଜପତିରୁ ୭ , ଗଞ୍ଜାମରୁ ୧, ଜଗତସିଂହପୁରରୁ ୮, ପୁରୀରୁ ୬ , ରାୟଗଡ଼ାରୁ ୮ , ସମ୍ବଲପୁରରୁ ୭୧, ସୋନପୁରରୁ ୨୩, ଯାଜପୁରରୁ ୧୬ , ଝାରସୁଗୁଡ଼ାରୁ ୨୦, କଳାହାଣ୍ଡିରୁ ୩୦ , କନ୍ଧମାଳରୁ ୧୯ , କେନ୍ଦ୍ରାପଡ଼ା ୮ ଜଣ, କେଉଁଝରରୁ ୧୦, କୋରାପୁଟ ୧୬ , ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୮୪ , ନବରଙ୍ଗପୁରରୁ ୨୮ , ନୟାଗଡ଼ରୁ ୨୪ , ନୂଆପଡ଼ାରୁ ୧୦, ଓ ଷ୍ଟେଟପୁଲରୁ ୩୨ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।












Click it and Unblock the Notifications