ରାଜ୍ୟରେ ବଢୁଛି ଦୈନିକ ସଂକ୍ରମଣ, ୨୩୧ ନୂଆ କରୋନା ପଜିଟିଭ ଚିହ୍ନଟ

ରାଜ୍ୟରେ କିଛି ଦିନ ପରେ କରୋନା ସଂକ୍ରମଣ ପୁଣିଥରେ ବଢିବା ଆରମ୍ଭ କରିଛି । ଗତ ୨୪ଘଣ୍ଟାରେ ୨୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଭୁବନେଶ୍ବର: ରାଜ୍ୟରେ କିଛି ଦିନ ପରେ କରୋନା ସଂକ୍ରମଣ ପୁଣିଥରେ ବଢିବା ଆରମ୍ଭ କରିଛି । ଗତ ୨୪ଘଣ୍ଟାରେ ୨୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୧୮ବର୍ଷରୁ କମ୍ ବୟସର ୩୦ ଜଣ ଆକ୍ରାନ୍ଚ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୧୩୫ ଜଣ ଏବଂ ସ୍ଥାନୀୟ ଅଞ୍ଚଳରୁ ୯୬ ଜଣ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୯୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

 coronavirus

ଆଜି ରାଜ୍ୟର ୧୮ଟି ଜିଲ୍ଲାରୁ ୨୩୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅବଶିଷ୍ଟ ୧୨ଟି ଜିଲ୍ଲାରେ କରୋନା ସଂକ୍ରମଣର ସୂଚନା ନାହିଁ। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୯ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ବାଲେଶ୍ୱର ୧୩, ଭଦ୍ରକ ୫, ବଲାଙ୍ଗୀର ୧, କଟକ ୩୫, ଦେବଗଡ ୩, ଜଗତସିଂହପୁର ୨, ଯାଜପୁର ୨, ଝାରସୁଗୁଡା ୧, କଳାହାଣ୍ଡି ୧, ମାଲକାନଗିରି ୧, ମୟୂରଭଞ୍ଜ ୧, ନୂଆପଡା ୮, ପୁରୀ ୫, ରାୟଗଡା ୧, ସମ୍ବଲପୁର ୧୦ ସୋନପୁର ୬, ସୁନ୍ଦରଗଡ ୧୨ ଏବଂ ଷ୍ଟେଟ ପୋଲରୁ ୨୫ ଆକ୍ରାନ୍ଚ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ।। ୧୦୩୫ରେ ପହଞ୍ଚିଲା ।

ସୂଚନାଯୋଗ୍ୟ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୨, ୯୦,୧୯୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୧୦୩୫ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୨,୭୯୯,୭୮ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩,୨୧,୧୧,୧୦୯ସାମ୍ପୁଲ ଟେଷ୍ଟ୍ ହୋଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+