ରାଜ୍ୟରେ କମୁଛି କରୋନା ସଂକ୍ରମଣ, ଆଜି ଚିହ୍ନଟ ହେଲେ ୩,୪୫୦ ପଜିଟିଭ
ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଂଟା ଭିତରେ ୩ହଜାର ୪୫୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଂଟା ଭିତରେ ୩ହଜାର ୪୫୦ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଶୁନରୁ ୧୮ ବର୍ଷ ବୟସ ଭିତରେ ୪୩୬ ପଜେଟିଭ ଚିହ୍ନଟ ହୋଇଛନ୍ତି । ସଂଗରୋଧ କେନ୍ଦ୍ରରୁ ୨ହଜାର ୧୨ ଓ ୧ହଜାର ୪୩୮ ସ୍ଥାନୀୟ ସଂକ୍ରମିତ ଅଛନ୍ତି ।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୧୪ ଜଣ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୨୮୭, କଟକରୁ ୨୦୨, ନୂଆପଡ଼ାରୁ ୧୮୧, ମୟୂରଭଞ୍ଜରୁ ୧୮୦, ଷ୍ଟେଟପୁଲ୍ରୁ ୧୪୫, ସମ୍ବଲପୁରରୁ ୧୩୧, ନୟାଗଡ଼ରୁ ୧୨୫, ବାଲେଶ୍ୱରରୁ ୧୦୫, ବଲାଙ୍ଗିରରୁ ୧୦୩, ନବରଙ୍ଗପୁରରୁ ୯୯, ଗଜପତିରୁ ୭୩, ପୁରୀରୁ ୭୨ ଓ ଦେବଗଡ଼ରୁ ୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ଏହାବାଦ ବରଗଡ଼ରୁ ୮୨, ଭଦ୍ରକ ୫୨, ବୌଦ୍ଧ ୫୩, ଢେଙ୍କାନାଳ ୩୫, ଗଞ୍ଜାମ ୬୪, ଜଗତସିଂହପୁର ୬୪, ଯାଜପୁର ୭୩, ଝାରସୁଗୁଡ଼ା ୫୫, କଳାହାଣ୍ଡି ୬୩, କନ୍ଧମାଳ ୪୪, କେନ୍ଦ୍ରାପଡ଼ା ୬୦, କେନ୍ଦୁଝର ୩୯, କୋରାପୁଟ ୫୩, ମାଲକାନଗିରି ୧୬, ରାୟଗଡ଼ାରୁ ୩୬ ଓ ସୋନପୁରରୁ ୨୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।
ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୫୫ ହଜାର ୭୭୬ ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ ୧୨,୦୯୩୧୩ ଜଣ ସୁସ୍ଥ ହୋଇସାରିଛନ୍ତି। ୩୭୭୬୨ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।












Click it and Unblock the Notifications