ଧିରେ ଧିରେ କମଛି ସଂକ୍ରମଣ, ଆଜି ଆଉ ୭୪୧ କରୋନା ଆକ୍ରାନ୍ତ ଚିହ୍ନଟ
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୪୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୩୩ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୩୦୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୩୮ ଜଣ ସଂକ୍ରମିତ ରହିଛନ୍ତ
ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମିତଙ୍କ ସଂଖ୍ଯା ହ୍ରାସ ପାଇବା ଆରମ୍ଭ କରିଛି। ଆଜି ଦୈନିକ ସଂକ୍ରମିତଙ୍କ ସଂଖ୍ଯା ଏକ ହଜାର ତଳକୁ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭୪୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୩୩ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୩୦୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି। ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୩୮ ଜଣ ସଂକ୍ରମିତ ରହିଛନ୍ତି ।

ଆଜିର ଆକ୍ରାନ୍ତଙ୍କ ମଧ୍ୟରେ ସୁନ୍ଦରଗଡ଼ରୁ ସର୍ବାଧିକ ୧୭୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଅନୁଗୁଳରୁ ୩, ବାଲେଶ୍ବରରୁ ୧୨, ବରଗଡ଼ରୁ ୧୭, ବଲାଙ୍ଗୀରରୁ ୨୮, ବୌଦ୍ଧରୁ ୬, କଟକରୁ ୩୮, ଦେବଗଡ଼ରୁ ୯, ଢେଙ୍କାନାଳରୁ ୨, ଗଜପତିରୁ ୫, ଗଞ୍ଜାମରୁ ୬, ଜଗତସିଂହପୁରୁ ୫, ଯାଜପୁରରୁ ୧୦, ଝାରସୁଗୁଡ଼ାରୁ ୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ସେହିପରି କଳାହାଣ୍ଡିରୁ ୩୬, କନ୍ଧମାଳରୁ ୧୫, କେନ୍ଦ୍ରାପଡ଼ାରୁ ୫, ଖୋର୍ଦ୍ଧାରୁ ୧୪୦, କୋରାପୁଟରୁ ୧୪୦, କୋରାପୁଟରୁ ୧୬, ମୟୂରଭଞ୍ଜରୁ ୫୯, ନବରଙ୍ଗପୁରରୁ ୧୧, ନୟାଗଡ଼ରୁ ୮, ନୂଆପଡ଼ାରୁ ୧୬, ପୁରୀରୁ ୨, ରାୟଗଡ଼ାରୁ ୧୦, ସମ୍ବଲପୁରୁ ୨୦ ଓ ଷ୍ଟେଟପୁଲରୁ ୨୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟପଟେ ଗୋଟିଏ ଦିନରେ କରୋନାରୁ ସୁସ୍ଥ ହୋଇଛନ୍ତି ୮୫୬ ସଂକ୍ରମିତ । ଆଜିର ଚିହ୍ନଟ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬,୬୧୬ ରହିଛି ।












Click it and Unblock the Notifications