ଆଜି ରାଜ୍ୟରେ ୧୦୨୦ କରୋନା ସଂକ୍ରମିତ ଚିହ୍ନଟ

ଆଜି ଦୈନିକ ସଂକ୍ରମିତଙ୍କ ସଂଖ୍ଯା ଏକ ହଜାର ଉପରକୁ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୨୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଭୁବନେଶ୍ୱର: ଆଜି ଦୈନିକ ସଂକ୍ରମିତଙ୍କ ସଂଖ୍ଯା ଏକ ହଜାର ଉପରକୁ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୦୨୦ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୫୯୭ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୪୨୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

odisha corona case

ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୯୫ ଜଣ ସଂକ୍ରମିତ ରହିଛନ୍ତି । ସୁନ୍ଦରଗଡ଼ରୁ ସର୍ବାଧିକ ୨୫୯ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଖୋର୍ଦ୍ଧାରୁ ୧୫୮, ସମ୍ବଲପୁରରୁ ୮୮, ମୟୁରଭଞ୍ଜ ୭୧ ଓ କଟକରୁ ୫୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ସକ୍ରିୟ ମାମଲା ୬୭୮୭ କୁ ବୃଦ୍ଧି ପାଇଛି ।

ରାଜ୍ୟ ସ୍ବସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁସାରେ ଅନୁଗୁଳ ଜିଲ୍ଲାରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ବରରୁ ୨୩ ଜଣ, ବରଗଡ଼ରୁ ୨୫ ଜଣ, ଭଦ୍ରକରୁ ୧୭ ଜଣ, ବଲାଙ୍ଗୀରରୁ ୨୫ ଜଣ, ବୈଦ୍ଧରୁ ୧୧ ଜଣ, କଟକରୁ ୫୨ ଜଣ, ଦେବଗଡ଼ରୁ ୮ ଜଣ, ଗଜପତିରୁ ୭ ଜଣ, ଜଗତ୍‌ସିଂହପୁରରୁ ୧୩ ଜଣ, ଯାଜପୁରରୁ ୧୪ ଜଣ, ଝାରସୁଗୁଡ଼ାରୁ ୨୧ ଜଣ, କଳାହାଣ୍ଡିରୁ ୨୮ ଜଣ, କନ୍ଧମାଳରୁ ୧୭ ଜଣ, କେନ୍ଦ‌୍ରାପଡ଼ାରୁ ୧୨ ଜଣ, କେନ୍ଦୁଝରରୁ ୧୨ ଜଣ, ଖୋର୍ଦ୍ଧାରୁ ୧୫୮ ଜଣ, କୋରାପୁଟରୁ ୧୬ ଜଣ, ମୟୂରଭଞ୍ଜରୁ ୭୧ ଜଣ, ନବରଙ୍ଗପୁରରୁ ୧୯ ଜଣ, ନୟାଗଡ଼ରୁ ୨୭ ଜଣ, ନୂଆପଡ଼ାରୁ ୧୨ ଜଣ, ପୁରୀରୁ ୧୪ ଜଣ, ରାୟଗଡ଼ାରୁ ୯ ଜଣ, ସମ୍ବଲପୁରରୁ ୮୮ ଜଣ, ସୋନପୁରରୁ ୨୬ ଜଣ, ସୁନ୍ଦରଗଡ଼ରୁ ୨୫୯ ଜଣ ଓ ଷ୍ଟେଟ୍‌ପୁଲ୍‌ରୁ ୩୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ନୂତନ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୩୧୧୧୩୫ରେ ପହଞ୍ଚିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+