ରାଜ୍ୟରେ ଆଉ ୧୦୩୦ କରୋନା ଆକ୍ରାନ୍ତ ଚିହ୍ନଟ

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୧,୦୩୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୦୩ ଓ ସ୍ଥାନୀୟ ସଂକ୍ରମିତ ୪୨୭ ରହିଥିବା ସୂଚନା ଦିଆଯାଇଛି ।

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ଆଉ ୧,୦୩୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୦୩ ଓ ସ୍ଥାନୀୟ ସଂକ୍ରମିତ ୪୨୭ ରହିଥିବା ସୂଚନା ଦିଆଯାଇଛି । ଜନ୍ମରୁ ୧୮ ବର୍ଷର ମଧ୍ୟରେ ୧୭୯ ଆକ୍ରାନ୍ତ ରହିଥିବା ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ । ସୁନ୍ଦରଗଡ଼ରୁ ସର୍ବାଧିକ ୨୨୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ୧୬୪, ମୟୂରଭଞ୍ଜରୁ ୧୧୦, ସମ୍ବଲପୁରରୁ ୭୭ ଓ କଟକରୁ ୫୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।

odisha corona cases

ସେହିପରି ସୋନପୁରରୁ ୩୯, ଷ୍ଟେଟପୁଲରୁ ୩୬, ବଲାଙ୍ଗୀରରୁ ୩୫, କଳାହାଣ୍ଡିରୁ ୨୬, ବାଲେଶ୍ୱରରୁ ୨୩, କନ୍ଧମାଳରୁ ୨୩, ବରଗଡ଼ରୁ ୨୨, ଝାରସୁଗୁଡ଼ାରୁ ୨୧ ଓ ନୟାଗଡ଼ରୁ ୨୦ ପଜିଟିଭ୍‍ ଚିହ୍ନଟ ହୋଇଥିବା କୁହାଯାଇଛି । ସେହିପରି ଯାଜପୁରରୁ ୧୯, ରାୟଗଡ଼ାରୁ ୧୮,କୋରାପୁଟରୁ ୧୭, କେନ୍ଦୁଝରରୁ ୧୩, ବୌଦ୍ଧରୁ ୧୨, ଭଦ୍ରକରୁ ୧୧, ନୂଆପଡ଼ାରୁ ୧୧, ପୁରୀରୁ ୧୦, ଦେବଗଡ଼ରୁ ୯ ଓ ଗଜପତିରୁ ୭ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ତାହା ସହ ଜଗତସିଂହପୁରରୁ ୭, ଢେଙ୍କାନାଳ ଓ ଅନୁଗୁଳରୁ ୩ଜଣ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା କୁହାଯାଇଛି । ଅନ୍ୟପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୧,୦୬୬ ସଂକ୍ରମିତ କରୋନାରୁ ସୁସ୍ଥ ହୋଇଛନ୍ତି । ଆଜିର ଆକ୍ରାନ୍ତଙ୍କୁ ମିଶାଇ ବର୍ତ୍ତମାନ ରାଜ୍ୟରେ ମୋଟ୍‍ କରୋନା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୬,୯୭୪ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+