୨୪ ଘଣ୍ଟାରେ ୫୪୯ କରୋନା ପଜିଟିଭ ଚିହ୍ନଟ
ଆଜି ରାଜ୍ୟରେ ୫୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୪୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଭୁବନେଶ୍ୱର: ପୁଣି ଉପର ମୁହାଁ ରାଜ୍ୟର କରୋନା ଗ୍ରାଫ । ଆଜି ରାଜ୍ୟରେ ୫୦୦ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୫୪୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସ ବର୍ଗରେ ୭୦ଜଣ ଅଛନ୍ତି । ନୂଆ ଆକ୍ରାନ୍ତ ମଧ୍ୟରୁ ୩୧୮ ଜଣ କ୍ୱାରେଣ୍ଟାଇନ୍ ଓ ୨୩୧ଟି ହେଉଛି ଲୋକାଲ୍ କେସ୍।

ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୬ ଜଣ ଚିହ୍ନଟ ହୋଇଥିବା ବେଳେ ଅନୁଗୋଳରୁ ୨, ବାଲେଶ୍ୱରରୁ ୧୨, ବରଗଡ଼ରୁ ୨, ଭଦ୍ରକରୁ ୪, ବଲାଙ୍ଗିରରୁ ଜଣେ, କଟକରୁ ୫୦, ଦେବଗଡ଼ରୁ ୮, ଢେଙ୍କାନାଳରୁ ୬, ଜଗତସିଂହପୁରରୁ ୯, ଯାଜପୁରରୁ୧୩, ଝାରସୁଗୁଡ଼ାରୁ ୨, କଳାହାଣ୍ଡି ୪, କେନ୍ଦ୍ରାପଡ଼ାରୁ ୭, କୋରାପୁଟରୁ ୩, ମୟୂରଭଞ୍ଜରୁ୧୩, ନୟାଗଡ଼ରୁ୧୦, ପୁରୀରୁ ୯, ରାୟଗଡ଼ାରୁ ଜଣେ, ସମ୍ବଲପୁରରୁ୧୬, ସୋନପୁରରୁ ଜଣେ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୭ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲ୍ରୁ ୬୭ ଜଣ ପିଜିଟିଭ୍ ଚିହ୍ନଟ ହୋଇଛନ୍ତି।
ଏହା ସହିତ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୩୯,୮୧୮ କୁ ବୃଦ୍ଧି ପାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦,୨୬,୭୭୪ ଜଣ ସୁସ୍ଥ ହୋଇ ସାରିଲେଣି। ୪,୬୭୩ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।
ସେହିପରି ଆଉ ୨ ଜଣଙ୍କ ବ୍ୟକ୍ତି କରୋନାରେ ପ୍ରାଣ ହରାଇଛନ୍ତି । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୩୧୮ କୁ ବୃଦ୍ଧି ପାଇଛି। ଏହି ଦୁଇ ମୃତକଙ୍କ ମଧ୍ୟରେ ଅନୁଗୋଳ ଓ କେନ୍ଦୁଝରରୁ ଜଣେ ଲେଖାଏଁ ଅଛନ୍ତି।












Click it and Unblock the Notifications