For Quick Alerts
Turn On Notification  
For Daily Alerts
Oneindia App Download

ରାଜ୍ୟରେ କମିଲା ଦୈନିକ କରୋନା ସଂକ୍ରମଣ, ଚିହ୍ନଟ ହେଲେ ୫,୯୦୧ ପଜିଟିଭ୍

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫,୯୦୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୪୧୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୨୪୮୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି।

|

ଭୁବନେଶ୍ୱର: ରାଜ୍ୟ ତଳମୁହଁ ହୋଇଛି କରୋନା ଗ୍ରାଫ। ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫,୯୦୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୪୧୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣରୁ ୨୪୮୨ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ୧୮ ବର୍ଷରୁ କମ୍ ବର୍ଗର ୭୩୯ ଜଣ ଅଛନ୍ତି।

odisha corona cases

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୪୩୦ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୁନ୍ଦରଗଡ଼ରୁ ୫୪୫, କଟକରୁ ୪୦୨, ବାଲେଶ୍ୱରରୁ ୩୦୦, ଷ୍ଟେଟ୍ ପୁଲ୍‌ରୁ ୨୯୧, ଯାଜପୁରରୁ ୧୯୧, ନୂଆପଡ଼ାରୁ ୧୮୯, ବଲାଙ୍ଗିରରୁ ୧୮୪, ନୟାଗଡ଼ରୁ ୧୮୦, କଳହାଣ୍ଡିରୁ ୧୬୮, ମୟୂରଭଞ୍ଜରୁ ୧୪୯, କେନ୍ଦ୍ରାପଡ଼ାରୁ ୧୪୪ ଓ ସମ୍ବଲପୁର ଜିଲ୍ଲାରୁ ୧୩୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ଅନୁଗୋଳ ଜିଲ୍ଲାରୁ ୯୩, ବରଗଡ଼ରୁ ୧୦୨, ଭଦ୍ରକ ୯୬, ବୌଦ୍ଧ ୭୮, ଦେବଗଡ଼ ୮୯, ଢେଙ୍କାନାଳ ୭୩, ଗଜପତି ୬୯, ଗଞ୍ଜାମ ୯୫, ଜଗତସିଂହପୁର ୮୨, ଝାରସୁଗୁଡ଼ା ୬୩, କନ୍ଧମାଳ ୮୬, କେନ୍ଦୁଝର ୧୨୮, କୋରାପୁଟ ୬୪, ମାଲକାନଗିରି ୫୫, ନବରଙ୍ଗପୁର ୧୧୩, ପୁରୀ ୧୧୭, ରାୟଗଡ଼ା ୧୦୧ ଓ ସୋନପୁର ୮୬ ଜଣ କୋରାନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୩୧ ହଜାର ୧୬୯ ପହଞ୍ଚିଥିବା ବେଳେ ୧୧ ଲକ୍ଷ ୫୨,୨୩୯ ଜଣ ସୁସ୍ଥ ହୋଇସାରିଲେଣି। ଏବେ ରାଜ୍ୟରେ ୭୦ହଜାର ୩୨୭ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି।

ସେହିପରି ରାଜ୍ୟରେ ଆଉ ୮ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି। ଅଡିଟ୍ ପ୍ରୋସେସରେ ଆଉ ୮ଜଣ ମୃତ୍ୟୁ ହୋଇଥିବା ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହା ସହିତ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୮ ,୫୫୦କୁ ବୃଦ୍ଧି ପାଇଛି।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
odisha corona cases for 27th jan
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X