୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୬୨ ଜଣ କରୋନା ପଜିଟିଭ୍ ଚିହ୍ନଟ

odisha corona cases: ରାଜ୍ୟରେ କମୁଛି କରୋନା ସଂକ୍ରମଣଙ୍କ ସଂଖ୍ୟା । ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୬୨ ଜଣ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ କମୁଛି କରୋନା ସଂକ୍ରମଣଙ୍କ ସଂଖ୍ୟା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୬୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଗତକାଲି ୭୩୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୩୮୭ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୨୭୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୦୪ ଜଣ ସଂକ୍ରମିତ ରହିଛନ୍ତି । ରାଜ୍ୟର ୨୭ଟି ଜିଲ୍ଲାରୁ ୭୩୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ତିନିଟି ଜିଲ୍ଲାରେ କରୋନା ସଂକ୍ରମଣର କୌଣସି ସୂଚନା ନାହିଁ। ପ୍ରତ୍ୟକଦିନ ଭଳି ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୨ ଜଣ ଚିହ୍ନଟ ହୋଇଛନ୍ତି।

corona

ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୨ ଜଣ ଚିହ୍ନଟ ହୋଇଥିବା ବେଳେ । ଅନୁଗୁଳ ୩ ଜଣ, ବାଲେଶ୍ବରରୁ ୪ ଜଣ, ବରଗଡ଼ରୁ ୧୨,ଭଦ୍ରକରୁ ୧୩ ଜଣ, ବଲାଙ୍ଗୀରରୁ ୯ ଜଣ, ବୌଦ୍ଧରୁ ୪ ଜଣ, କଟକରୁ ୩୮ଜଣ, ଦେବଗଡ଼ରୁ ୫ ଜଣ, ଗଜପତିରୁ ୫ ଜଣ, ଗଞ୍ଜାମରୁ ୧, ଜଗତସିଂହପୁରରୁ ୧୧ ଜଣ , ଯାଜପୁରରୁ ୮ ଜଣ, ଝାରସୁଗୁଡ଼ାରୁ ୪ ଜଣ, ନୂଆପଡ଼ାରୁ ୧୧ ଜଣ, ପୁରୀରୁ ୬ , ରାୟଗଡ଼ାରୁ ୧୧ ଜଣ, ସମ୍ବଲପୁରରୁ ୪୮ ଜଣ, ସୋନପୁରରୁ ୧୩ ଜଣ, ସୁନ୍ଦରଗଡ଼ରୁ ୧୪୨ ଜଣ କଳାହାଣ୍ଡି ୧୨ ଜଣ, କନ୍ଧମାଳରୁ ୯ ଜଣ, କେନ୍ଦ୍ରାପଡ଼ା ୩ ଜଣ, କୋରାପୁଟ ୧୫ ଜଣ, ମୟୂରଭଞ୍ଜରୁ ୭୮, ନବରଙ୍ଗପୁରରୁ ୬ ଜଣ, ନୟାଗଡ଼ ୧୨ ଜଣ, ଓ ଷ୍ଟେଟପୁଲରୁ ୨୮ ଜଣ ସଂକ୍ରମିତ ରହିଛନ୍ତି ।

ରାଜ୍ୟରେ ମୋଟ୍ ୧୩, ୦୭, ୯୧୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ୧୨,୯୧, ୬୬୯ ଜଣ ସୁସ୍ଥ ହୋଇସାରିଛନ୍ତି । ଏବଂ ୭୦୫୪ ଜଣ ସକ୍ରିୟ ସଂକ୍ରମିତ ରହିଛନ୍ତି

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+