ପୁଣି କାୟା ବିସ୍ତାର କଲାଣି କରୋନା, ଦିନକରେ ୬୧ ଆକ୍ରାନ୍ତ ଚିହ୍ନଟ

ପୁଣିଥରେ ରାଜ୍ୟରେ କାୟା ବିସ୍ତାର କଲାଣି କରୋନା ମହାମାରୀ । ଗତ ୨୪ ଘଣ୍ଟାରେ ଆଉ ୬୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୩୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୨୫ ଜଣ ରହିଛି ।

ଭୁବନେଶ୍ୱର: ପୁଣିଥରେ ରାଜ୍ୟରେ କାୟା ବିସ୍ତାର କଲାଣି କରୋନା ମହାମାରୀ । ଗତ ୨୪ ଘଣ୍ଟାରେ ଆଉ ୬୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୩୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମିତ ୨୫ ଜଣ ରହିଛି । ଆଜିର ଆକ୍ରାନ୍ତଙ୍କ ମଧ୍ୟରୁ ଜନ୍ମରୁ ୧୮ ବର୍ଷର ମଧ୍ୟରେ ୩ଜଣ ସଂକ୍ରମିତ ରହିଛନ୍ତି ।

Odisha Corona Cases

ସେହିପରି ଗତ ୨୪ ଘଣ୍ଟାରରେ ରାଜ୍ୟରୁ ଆଉ ୨୪ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ୩୬ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟପୁଲରୁ ୮ଜଣ, କଟକରୁ ୭ଜଣ, ସୁନ୍ଦରଗଡ଼ରୁ ୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଭଦ୍ରକ, ବଲାଙ୍ଗୀର, ଜଗତସିଂହପୁର, ପୁରୀ ଓ ରାୟଗଡ଼ାରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ସଂକ୍ରମଣ ତୁଳନାରେ ସୁସ୍ଥତା ସଂଖ୍ୟା ହ୍ରାସ ପାଇଥିବାରୁ ରାଜ୍ୟରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ରାଜ୍ୟରେ ମୋଟ୍ କରୋନା ସକ୍ରିୟ ଆକ୍ରାନ୍ତ ସଂଖ୍ୟ ୩୯୧ରେ ପହଞ୍ଚିଛି । ସେହିପରି ଏଯାଏ ସୁସ୍ଥ ହେଲେଣି ୧୨,୭୯,୫୫୯ ଆକ୍ରାନ୍ତ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+