ଆଜି କରୋନା ନେଲା 3 ଜୀବନ

ଗତ ୨୪ ୩ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୪୬୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଭୁବନେଶ୍ୱର: ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ହ୍ରାସ ପାଇଛି । ଗତ ୨୪ ୩ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୩୦୧ ବୃଦ୍ଧି ପାଇଛି । କଟକ, ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଜୀବନ ନେଇଛି ଘାତକ କରୋନା।

odisha corona case

ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୪୬୭ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୭୨ ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୧୯୫ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୮୬ ଜଣ ପଜିଟିଭ ରହିଛନ୍ତି ।

ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୪ଜଣ, ବାଲେଶ୍ୱର ଜିଲ୍ଲାରୁ ୧୬ଜଣ, ବରଗଡ଼ ଜିଲ୍ଲାରୁ ଜଣେ, ଭଦ୍ରକ ଜିଲ୍ଲାରୁ ୬ଜଣ, ବଲାଙ୍ଗୀର ଜିଲ୍ଲାରୁ ଜଣେ, ବୌଦ୍ଧ ଜିଲ୍ଲାରୁ ୫ ଜଣ, କଟକ ଜିଲ୍ଲାରୁ ୩୬ଜଣ, ଢେଙ୍କାନାଳ ଜିଲ୍ଲାରୁ ୪ଜଣ, ଗଞ୍ଜାମ ଜିଲ୍ଲାରୁ ୨ ଜଣ, ଜଗତସିଂହପୁର ଜିଲ୍ଲାରୁ ୧୩ଜଣ, ଯାଜପୁର ଜିଲ୍ଲାରୁ ୮ ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୨ ଜଣ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୯ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୨୪୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୧୦ଜଣ, ନବରଙ୍ଗପୁର ଜିଲ୍ଲାରୁ ଜଣେ, ନୟାଗଡ଼ ଜିଲ୍ଲାରୁ ୬ଜଣ, ପୁରୀ ଜିଲ୍ଲାରୁ ୫ଜଣ, ରାୟଗଡ଼ା ଜିଲ୍ଲାରୁ ୧୩ ଜଣ, ସମ୍ବଲପୁର ଜିଲ୍ଲାରୁ ୧୪ଜଣ, ସୋନପୁରରୁ ଜଣେ ସୁନ୍ଦରଗଡ଼ ଜିଲ୍ଲାରୁ ୮ଜଣ, ଷ୍ଟେଟ ପୁଲ୍‌ରୁ ୫୭ଜଣ ରହିଛନ୍ତି ।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୦୩୭୫୨୩ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରୁ ୪୭୪୭ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୧୦୨୪୪୨୨ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୧୩୮୧୮୪୯ ସାମ୍ପୁଲ ଟେଷ୍ଟ୍ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+