ରାଜ୍ୟରେ ୧୨ ଶହ ମୁହାଁ ଦୈନିକ କରୋନା ସଂକ୍ରମଣ ଗ୍ରାଫ
ରାଜ୍ୟରେ ୧୨ ଶହ ମୁହାଁ ଦୈନିକ କରୋନା ସଂକ୍ରମଣ ଗ୍ରାଫ । ଦିନକୁ ଦିନ ବଢିବାରେ ଲାଗିଛି ଦୈନିକ ସଂକ୍ରମଣ ମାମଲା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୭୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ୱର: ରାଜ୍ୟରେ ୧୨ ଶହ ମୁହାଁ ଦୈନିକ କରୋନା ସଂକ୍ରମଣ ଗ୍ରାଫ । ଦିନକୁ ଦିନ ବଢିବାରେ ଲାଗିଛି ଦୈନିକ ସଂକ୍ରମଣ ମାମଲା । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୭୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୬୯୦ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୪୮୮ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି।

ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୧୪୬ ଜଣ ସଂକ୍ରମିତ ରହିଛନ୍ତି । ଖୋର୍ଦ୍ଧରୁ ସର୍ବାଧିକ ୨୫୨ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ସୁନ୍ଦରଗଡରୁ ୧୯୪, ସମ୍ବଲପୁରରୁ ୧୧୧ ଓ କଟକରୁ ୧୦୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ସକ୍ରିୟ ମାମଲା ୭୨୪୫ କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି ।
ରାଜ୍ୟରେ ୧୫ ଦିନ ହେଲାଣି ଖୋର୍ଦ୍ଧା, କଟକ, ସମ୍ୱଲପୁର, ସୋନପୁର, ବୌଦ୍ଧ, ସୁନ୍ଦରଗଡ ଓ ମୟୂରଭଞ୍ଜ ଆଦି ୭ ଜିଲ୍ଲାରେ ଲଗାତାର ସଂକ୍ରମଣ ବଢ଼ିଚାଲିଛି। ଗୁରୁବାର ସମ୍ୱଲପୁର ସର୍ବାଧିକ ଟେଷ୍ଟ ପଜିଟିଭ ରେଟ ୨୮.୮ ରହିଥିଲା। ସେଠାରେ ୭୦ ଜଣ ଚିହ୍ନଟ ହୋଇଛନ୍ତି। ଏହା ପଛକୁ ରହିଛି ସୋନପୁର। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର କହିଛନ୍ତି, ବୁଧବାର ସୁଦ୍ଧା ରାଜ୍ୟରେ ୭ ହଜାର ପାଖାପାଖି ସଂକ୍ରମିତ ଥିଲେ। ସେଥିରୁ ୬୬ଜଣ ହସ୍ପିଟାଲରେ ଅଛନ୍ତି। ତେବେ କରୋନାର ଗ୍ରାଫରେ ବ୍ରେକ ଦେଇ ହେଉ ନଥିବା ବେଳେ ରାଜ୍ୟବାସୀ ଚିନ୍ତା ପ୍ରକଟ କରୁଛନ୍ତି।












Click it and Unblock the Notifications