୭୨ ଜଣ ପିଲା କରୋନା ପଜିଟିଭ୍
ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୬୪୪ ଜଣ କରୋନା ପଜିଟିଭ୍ ମଧ୍ୟରୁ କେବଳ ୭୨ ଜଣ ଶିଶୁ ରହିଛନ୍ତି । ଯେଉଁମାନେ କି ଶୂନରୁ ୧୮ ବର୍ଷରୁ କମ୍ ବୟସ ବର୍ଗର ରହିଛନ୍ତି ।
ଭୁବନେଶ୍ୱର: ରାଜ୍ୟରେ ତଳମୁହାଁ ରହିଛି କରୋନା ଗ୍ରାଫ । ତେବେ ଆଗାକୁ ତୃତୀୟ ଲହର ଆସୁଥିବା ବେଳେ ପିଲାଙ୍କ ସଂକ୍ରମଣରେ ବ୍ରେକ୍ ଲାଗୁ ନାହିଁ । ରାଜ୍ୟରେ ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୬୪୪ ଜଣ କରୋନା ପଜିଟିଭ୍ ମଧ୍ୟରୁ କେବଳ ୭୨ ଜଣ ଶିଶୁ ରହିଛନ୍ତି । ଯେଉଁମାନେ କି ଶୂନରୁ ୧୮ ବର୍ଷରୁ କମ୍ ବୟସ ବର୍ଗର ରହିଛନ୍ତି ।

ତେବେ ନୂଆ ଆକ୍ରାନ୍ତ ସହ ରାଜ୍ୟରେ ୧୦ ଲକ୍ଷ ୨୨ ହଜାର ୫୯୪ରେ ପହଞ୍ଚିଛି ମୋଟ ସଂକ୍ରମଣ ମାମଲା । ସେମାନଙ୍କ ମଧ୍ୟରୁ ୧୦,୦୮,୬୭୧ ଜଣ ସୁସ୍ଥ ହୋଇସାରିଛନ୍ତି। ୫,୭୧୩ ଜଣ ଏବେ ଚିକିତ୍ସାଧୀନ ଅଛନ୍ତି।
ସେହିପରି ଆଜି ଚିହ୍ନଟ ହୋଇଥିବା ନୂଆ ମାମଲାରେ ୩୭୫ଟି କ୍ୱାରେଣ୍ଟାଇନ ଓ ୨୬୯ଟି ମାମଲା ସ୍ଥାନୀୟ ସଂକ୍ରମଣ ରହିଛି । ସେହିପରି ଅନୁଗୋଳ ଜିଲ୍ଲାରୁ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୩୪, ଭଦ୍ରକରୁ ୭, ବଲାଙ୍ଗିରରୁ ୫, କଟକରୁ ୭୭, ଦେବଗଡ଼ରୁ ୪, ଢେଙ୍କାନାଳରୁ ୬, ଗଜପତିରୁ ଜଣେ, ଗଞ୍ଜାମରୁ ୬, ଜଗତସିଂହପୁରରୁ ୨୮, ଯାଜପୁରରୁ ୨୦, ଝାରସୁଗୁଡ଼ାରୁ ୫,କନ୍ଧମାଳରୁ ଜଣେ, କେନ୍ଦ୍ରାପଡ଼ାରୁ ୧୧, କେନ୍ଦୁଝରରୁ ଜଣେ, ମାଲକାନଗିରିରୁ ୫, ମୟୂରଭଞ୍ଜରୁ ୧୫, ନୟାଗଡ଼ରୁ ୬, ପୁରୀରୁ ୨୨, ରାୟଗଡ଼ାରୁ ୨, ସମ୍ବଲପୁରରୁ ୧୦, ସୋନପୁରରୁ ଜଣେ ଓ ସୁନ୍ଦରଗଡ଼ରୁ ୧୩ ଜଣ ଅଛନ୍ତି। ଷ୍ଟେଟ୍ ପୁଲ୍ରୁ ୬୭ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ସେହିପରି କରୋନାରେ ପ୍ରାଣ ହରାଇଛନ୍ତି ଆଉ ୭ ଜଣ । ଏହା ସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୧୫୭କୁ ବୃଦ୍ଧି ପାଇଛି। ଏହି ୭ ଜଣଙ୍କ ମଧ୍ୟରେ ଅନୁଗୋଳ, କଟକ, ଯାଜପୁର, ଖୋର୍ଦ୍ଧା, ନବରଙ୍ଗପୁର, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାର ଜଣେ ଲେଖାଏଁ ଅଛନ୍ତି।












Click it and Unblock the Notifications