ଆଜି ୪୦୦ ତଳେ ଦୈନିକ ସଂକ୍ରମଣ ରେଖା, ଆଉ ୧୫ ମୁଣ୍ଡ ନେଲା କରୋନା
ଗତ ୨୪ ଘଣ୍ଟା ମଧ୍ୟରେ ୩୮୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୨୬ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୧୬୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ୩୮୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୨୬ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୧୬୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସର ୮୬ ଜଣ ରହିଛନ୍ତି ।

ତେବେ ଖୋର୍ଦ୍ଧାରୁ ସର୍ବାଧିକ ୫୩, ଗଜପତି ୩୦, କଟକରୁ ୨୧, ଅନୁଗୁଳ ୧୩, ବାଲେଶ୍ୱର ୧୧, ବରଗଡ ୯, ଭଦ୍ରକ ୫, ବଲାଙ୍ଗୀର ୭, ବୌଦ୍ଧରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଦେବଗଡ ୫, ଢେଙ୍କାନାଳ ୧୧, ଗଞ୍ଜାମ ୭, ଜଗତସିଂହପୁର ୭, ଯାଜପୁର ୨୩, ଝାରସୁଗୁଡା ୧୩, କଳାହାଣ୍ଡି ୩, କନ୍ଧମାଳ ୪, କେନ୍ଦ୍ରାପଡା ୧୫, କେନ୍ଦୁଝର ୮, କୋରାପୁଟ ୧୨, ମାଲକାନଗିରି ୩, ମୟୂରଭଞ୍ଜ ୨୦, ନବରଙ୍ଗପୁର ୮, ନୟାଗଡ ୧୩, ନୂଆପଡା ୮, ପୁରୀ ୩, ରାୟଗଡା ୨୦, ସମ୍ବଲପୁର ୨୪, ସୁନ୍ଦରଗଡ ୧୬ ଓ ଷ୍ଟେଟ ପୋଲରୁ ୧୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୮୨ହଜାର ୮୬୯ । ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୫ହଜାର ୬୩୨ ଜଣ ।
ଅନ୍ୟପଟେ ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୯୦୨୬କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବଧିକ ୬ ଜଣ, ବାଲେଶ୍ବର, କଟକ ଓ ଖୋର୍ଦ୍ଧା ଜିଲ୍ଲାରୁ ୨ ଜଣ ଲେଖାଁଏ, ଢ଼େଙ୍କାନାଳ , କେନ୍ଦ୍ରାପଡ଼ା ଓ ସମ୍ବଳପୁର ଜିଲ୍ଲାରୁ ଜଣେ ଲେଖାଁଏ ଆକ୍ରାନ୍ତଙ୍କ ଜୀବନ ନେଇଛି ଘାତକ କରୋନା।












Click it and Unblock the Notifications