ରାଜ୍ୟର ଦୈନିକ ସଂକ୍ରମଣରେ ଆଜି ବି ଟପରେ ଖୋର୍ଦ୍ଧା

ଗତ ୨୪ ଘଣ୍ଟାରେ ରାଜ୍ୟର ୧୯ ଜିଲ୍ଲାରୁ ଆଉ ୪୪୩ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ମୋଟ ସଂକ୍ରମଣ ମାମଲାର ୫୦ ପ୍ରତିଶତ ଆକ୍ରାନ୍ତ କେବଳ ଖୋର୍ଦ୍ଧା ଜିଲ୍ଲାର ହୋଇଛନ୍ତି ।

ଭୁବନେଶ୍ୱର: ଧିରେ ଧିରେ ତଳ ମୁହାଁ ହେଉଛି ରାଜ୍ୟର କରୋନା ଗ୍ରାଫ । ମାତ୍ର ଚିନ୍ତା ବଢ଼ାଉଛି ଖୋର୍ଦ୍ଧା । ଗତ ୨୪ ଘଣ୍ଟାରେ ରାଜ୍ୟର ୧୯ ଜିଲ୍ଲାରୁ ଆଉ ୪୪୩ କୋଭିଡ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ମୋଟ ସଂକ୍ରମଣ ମାମଲାର ୫୦ ପ୍ରତିଶତ ଆକ୍ରାନ୍ତ କେବଳ ଖୋର୍ଦ୍ଧା ଜିଲ୍ଲାର ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୪୩ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୭୫ ଜଣ ଶିଶୁ ରହିଛନ୍ତି ।

odisha corona

ତେବେ ଖୋର୍ଦ୍ଧା ପରେ ଅନୁଗୁଳରୁ ଜଣେ, ବାଲେଶ୍ୱରରୁ ୧୪, ବରଗଡ଼ରୁ ୨, ଭଦ୍ରକରୁ ୫, ବଲାଙ୍ଗିରରୁ ୩, କଟକରୁ ୨୭, ଗଞ୍ଜାମରୁ ୧, ଜଗତସିଂହପୁରରୁ ୭, ଯାଜପୁରରୁ ୧୧, କଳାହାଣ୍ଡିରୁ ଜଣେ, କେନ୍ଦ୍ରପଡ଼ାରୁ ୧୦, କୋରାପୁଟରୁ ୪, ମୟୂରଭଞ୍ଜରୁ ୨୦, ନୟାଗଡ଼ରୁ ୪ ଜଣ, ପୁରୀରୁ ୧୩, ରାୟଗଡ଼ାରୁ ୨, ସମ୍ବଲପୁରରୁ ୬, ସୁନ୍ଦରଗଡ଼ରୁ ୧୧ ଏବଂ ଷ୍ଟେଟପୁଲରୁ ୫୮ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏଥିସହ ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୩୫ ହଜାର ୭୭କୁ ବୃଦ୍ଧି ପାଇଛି ।ଏବେ ରାଜ୍ୟରେ ୪ ହଜାର ୯୯୭ଟି ସକ୍ରିୟ ସଂକ୍ରମଣ ମାମଲା ରହିଛି । ଗତ ୨୪ ଘଣ୍ଟାରେ ୩ ମୃତ୍ୟୁକୁ ମିଶାଇ ମୋଟ କରୋନା ମୃତ୍ୟୁସଂଖ୍ୟା ୮ ହଜାର ୨୮୫କୁ ବୃଦ୍ଧି ପାଇଛି । କରୋନାକୁ ମାତ୍ ଦେଇ ୧୦ ଲକ୍ଷ ୨୧ ହଜାର ୭୪୨ ଜଣ ସୁସ୍ଥ ହୋଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+