ଆଜି ରାଜ୍ୟରେ ୨୧୪ କରୋନା ପଜିଟିଭ ଚିହ୍ନଟ
ଗତକାଲି ୨୮୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ରାଜ୍ୟରେ ୨୧୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ବର: ଗତକାଲି ୨୮୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଆଜି ରାଜ୍ୟରେ ୨୧୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୨୯ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୮୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୩୦ ଜଣ ସଂକ୍ରମିତ ରହିଛନ୍ତି ।

ଆଜି ରାଜ୍ୟର ୨୫ଟି ଜିଲ୍ଲାରୁ ୨୧୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୬ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳ ଜିଲ୍ଲାରୁ ୧, ବାଲେଶ୍ବର ଜିଲ୍ଲାରୁ ୩, ବଲାଙ୍ଗୀରରୁ ୧୦ ଜଣ, ବୌଦ୍ଧରୁ ୩, କଟକରୁ ୨୮ ଜଣ, ଦେବଗଡ଼ରୁ ୨୭, ଢେଙ୍କାନାଳରୁ ୬, ଗଜପତିରୁ ୨, ଗଞ୍ଜାମରୁ ୨, ଜଗତସିଂହପୁରରୁ ୬ ଜଣ, ଯାଜପୁରରୁ ୩ ଜଣ, କଳାହାଣ୍ଡି ଜିଲ୍ଲାରୁ ୧୧ ଜଣ, କନ୍ଧମାଳରୁ ୨ ଜଣ, କେନ୍ଦ୍ରାପଡ଼ାରୁ ୭, କେଉଁଝରରୁ ୩, ଖୋର୍ଦ୍ଧା ଜିଲ୍ଲାରୁ ୫୬, କୋରାପୁଟରୁ ୨, ମୟୂରଭଞ୍ଜରୁ ୩ ଜଣ, ନୟାଗଡ଼ ଜିଲ୍ଲାରୁ ୫ ଜଣ, ନୂଆପଡ଼ାରୁ ୮, ପୁରୀରୁ ୩ ଜଣ, ରାୟଗଡ଼ାରୁ ୨, ସମ୍ବଲପୁରରୁ ୯ ଜଣ, ସୋନପୁରରୁ ୬, ସୁନ୍ଦରଗଡ଼ରୁ ୨୨ ଜଣ ଓ ଷ୍ଟେଟପୁଲରୁ ୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩୩୧୩୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୧୬୬୪ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୩୨୦୪୫୦ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୩୩୩୯୭୩୪୧ସାମ୍ପୁଲ ଟେଷ୍ଟ୍ ହୋଇଛି ।












Click it and Unblock the Notifications