କରୋନା ରିପୋର୍ଟ: ୨୪ ଘଣ୍ଟାରେ ୪୪୬ଟି କରୋନା ଆକ୍ରାନ୍ତ ଚିହ୍ନଟ
ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୪୪୬ଟି କରୋନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୭୧ ଜଣ କ୍ୱାରେଣ୍ଟାଇନରୁ ଥିବାବେଳେ ୧୯୬ଟି ରହିଛି ଲୋକାଲ କେସ୍ । ସେହିପରି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସ ବର୍ଗରେ ରହିଛନ୍ତି ୬୬ ଜଣ ଅଛନ୍ତି।
ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୪୪୬ଟି କରୋନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୨୭୧ ଜଣ କ୍ୱାରେଣ୍ଟାଇନରୁ ଥିବାବେଳେ ୧୯୬ଟି ରହିଛି ଲୋକାଲ କେସ୍ । ସେହିପରି ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବୟସ ବର୍ଗରେ ରହିଛନ୍ତି ୬୬ ଜଣ ଅଛନ୍ତି।

ତେବେ ସବୁଦିନ ପରି ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୧ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି ଅନୁଗୁଳ ଜିଲ୍ଲାରୁ ୫, ବାଲେଶ୍ୱରରୁ ୫, ବରଗଡ଼ରୁ ୫, ଭଦ୍ରକରୁ ୩, ବଲାଙ୍ଗୀରରୁ ଜଣେ, କଟକରୁ ୬୭, ଢେଙ୍କାନାଳରୁ ୬, ଗଞ୍ଜାମରୁ ୧୦, ଜଗତସିଂହପୁରରୁ ୭, ଯାଜପୁରରୁ ୯, ଝାରସୁଗୁଡ଼ା ଜିଲ୍ଲାରୁ ଜଣେ , କଳାହାଣ୍ଡି ଜିଲ୍ଲାରୁ ଜଣେ, କନ୍ଧମାଳ ଜିଲ୍ଲାରୁ ଜଣେ, କେନ୍ଦ୍ରାପଡା ଜିଲ୍ଲାରୁ ୧୭ଜଣ, କେନ୍ଦୁଝର ଜିଲ୍ଲାରୁ ୨ଜଣ, କୋରାପୁଟ ଜିଲ୍ଲାରୁ ୩ଜଣ, ମୟୁରଭଞ୍ଜ ଜିଲ୍ଲାରୁ ୯ଜଣ, ନବରଙ୍ଗପୁରରୁ ୫ ଜଣ, ନୟାଗଡ଼ ଜିଲ୍ଲାରୁ ୩ଜଣ, ପୁରୀ ଜିଲ୍ଲାରୁ ୧୬ଜଣ, ରାୟଗଡ଼ା ଜିଲ୍ଲାରୁ ୩ ଜଣ, ସମ୍ବଲପୁର ଜିଲ୍ଲାରୁ ୪ଜଣ, ସୋନପୁର ଜିଲ୍ଲାରୁ ୨ ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୮ଜଣ, ଷ୍ଟେଟ ପୁଲ୍ରୁ ୫୨ଜଣ ରହିଛନ୍ତି।
ସେହିପରି ଗତ ୨୪ ଘଣ୍ଟାରେ କରୋନାରେ ଆକ୍ରାନ୍ତ ହୋଇ ୫ ଜଣ ପ୍ରାଣ ହରାଇଛନ୍ତି। ମୃତକଙ୍କ ମଧ୍ୟରେ ଭୁବନେଶ୍ୱରରୁ ଦୁଇ ଜଣ ଅଛନ୍ତି। ଜଣେ ୭୦ ବର୍ଷୀୟ ମହିଳା ଏବଂ ଆଉ ଜଣେ ୫୧ ବର୍ଷୀୟ ମହିଳା କରୋନାରେ ଆକ୍ରାନ୍ତ ହୋଇ ଆଖି ବୁଜିଛନ୍ତି। ସେହିପରି ନବରଙ୍ଗପୁରର ୭୦ ବର୍ଷୀୟ, ୪୦ ବର୍ଷୀୟ ଏବଂ ୫୩ ବର୍ଷୀୟ ବ୍ୟକ୍ତିଙ୍କ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ହୋଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୨୭୯କୁ ବୃଦ୍ଧି ପାଇଛି।












Click it and Unblock the Notifications