୨୪ ଘଣ୍ଟାରେ ୪୪୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୬ ମୃତ

ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ୪୪୮ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୬ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

ଭୁବନେଶ୍ବର: ରାଜ୍ୟରେ କିଛି ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିଥିବା ବେଳେ ମୃତ୍ୟୁସଂଖ୍ୟାରେ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ୪୪୮ ଜଣ କରୋନା ପଜିଟିଭ୍ ହୋଇଥିବା ବେଳେ ୬ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି ।

odisha corona cases

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୯ ଜଣଙ୍କ ବୟସ ୧୮ ବର୍ଷରୁ କମ । ସେହିପରି ମୋଟ ୪୪୮ ଆକ୍ରାନ୍ତଙ୍କ ମଧ୍ୟରୁ ୨୫୯ ଜଣ କ୍ବାରାଣ୍ଟାଇନରୁ ଓ ୧୮୯ ଜଣ ସ୍ଥାନୀୟ ସଂକ୍ରମିତ ବୋଲି ସରକାରୀ ତଥ୍ୟରୁ ଜଣାପଡ଼ିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୨୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଚିହ୍ନଟ ହୋଇଥିବା ୪୪୮ ଜଣଙ୍କ ମଧ୍ୟରୁ ଅନୁଗୁଳରୁ ୨ଜଣ, ବାଲେଶ୍ୱରରୁ ୧୩ ଜଣ, ବରଗଡ଼ରୁ ୧ ଜଣ, ଭଦ୍ରକରୁ ୩ ଜଣ, କଟକରୁ ୪୮ ଜଣ, ଦେବଗଡ଼ରୁ ଜଣେ, ଢେଙ୍କାନାଳରୁ ୪ ଜଣ, ଗଜପତି ଓ ଗଞ୍ଜାମରୁ ଜଣେ ଲେଖାଏଁ, ଜଗତସିଂହପୁରରୁ ୧୯ ଜଣ, ଯାଜପୁରରୁ ୧୨ ଜଣ, ଝାରସୁଗୁଡ଼ାରୁ ୪, କେନ୍ଦ୍ରାପଡ଼ାରୁ ୧୩ ଜଣ, କେନ୍ଦୁଝରରୁ ୩ଜଣ, କୋରାପୁଟ ଓ ମାଲକାନଗିରିରୁ ୨ଜଣ ଲେଖାଏଁ, ମୟୁରଭଞ୍ଜରୁ ୧୭ ଜଣ, ନବରଂଗପୁରରୁ ଜଣେ, ନୟାଗଡ଼ରୁ ୪ ଜଣ, ନୂଆପଡ଼ାରୁ ୨ଜଣ, ପୁରୀରୁ ୧୨ଜଣ, ରାୟଗଡ଼ାରୁ ୧ ଜଣ, ସମ୍ୱଲପୁରରୁ ୯ ଜଣ, ସୁନ୍ଦରଗଡ଼ରୁ ୧୦ ଜଣ ଓ ଷ୍ଟେଟ ପୁଲରୁ ୫୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୦୩୨୧୪୪ ଜଣ ପଜିଟିଭ ଚିହ୍ନଟ ହେଲେଣି । ଏମାନଙ୍କ ଭିତରୁ ୧୦୧୮୭୪୯ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୫୦୮୭ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

ତେବେ ନୂଆ ୬ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୨୫୪କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା ଜିଲ୍ଲାରୁ ୨ଜଣ ଲେଖାଏଁ ରହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+