Odisha Corona: ରାଜ୍ୟରେ ହଜାରେ ଟପିଲା ଦୈନିକ କରୋନା ସଂକ୍ରମଣ
ରାଜ୍ୟରେ ହଜାରେ ଟପିଲା ଦୈନିକ ସଂକ୍ରମଣ । ଦିନକରେ ୨୮ ଜିଲ୍ଲା ଓ ଷ୍ଟେଟପୁଲରୁ ୧ ହଜାର ୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ୱର: ରାଜ୍ୟରେ ହଜାରେ ଟପିଲା ଦୈନିକ ସଂକ୍ରମଣ । ଦିନକରେ ୨୮ ଜିଲ୍ଲା ଓ ଷ୍ଟେଟପୁଲରୁ ୧ ହଜାର ୪୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୬୦୯ ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣ ୪୩୪ ରହିଛି । ତେବେ ଚିହ୍ନଟଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୧୦୦ ଜଣ ଆକ୍ରାନ୍ତ ରହିଛନ୍ତି ।

ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୩୩୫, କଟକରୁ ୨୦୫, ସୁନ୍ଦରଗଡ଼ରୁ ୧୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଷ୍ଟେଟପୁଲରୁ ୭୯, ସୋନପୁରରୁ ୩୨, ସମ୍ବଲପୁରରୁ ୩୧, ମୟୂରଭଞ୍ଜ ଓ ପୁରୀରୁ ୨୮ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୯୭ ହଜାର ୧୭୫କୁ ବୃଦ୍ଧି ପାଇଛି । ତେବେ ଆକ୍ଟିଭ କେସ୍ ସଂଖ୍ୟା ୪୮୨୫ ଥିବାବେଳେ ୧୨ ଲକ୍ଷ ୮୩ ହଜାର ୧୬୯ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ତେବେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱରରୁ ୨୦,ବରଗଡ଼ରୁ ୨, ଭଦ୍ରକରୁ ୭, ବଲାଙ୍ଗିରରୁ ୭,ବୌଦ୍ଧରୁ ୧୩, ଦେବଗଡ଼ରୁ ୪, ଗଜପତିରୁ ୧୦, ଜଗତସିଂହପୁରରୁ ୨୨, ଯାଜପୁରରୁ ୧୮, ଝାରସୁଗୁଡ଼ାରୁ ୧୨, କଳାହାଣ୍ଡିରୁ ୧୦, କନ୍ଧମାଳରୁ ୨, କେନ୍ଦ୍ରାପଡ଼ାରୁ ୧୫, କେନ୍ଦୁଝରରୁ ୬, କୋରାପୁଟରୁ ୪, ମୟୂରଭଂଜରୁ ୨୮, ନବରଙ୍ଗପୁରରୁ ୯, ନୟାଗଡରୁ ୧୯, ନୂଆପଡ଼ାରୁ ୯, ପୁରୀରୁ ୨୮, ରାୟଗଡ଼ାରୁ ୧, ସମ୍ବଲପୁରରୁ ୩୧, ସୋନପୁରରୁ ୩୨, ସୁନ୍ଦରଗଡରୁ ୧୦୬, କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଷ୍ଟେଟପୁଲରୁ ୭୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି।












Click it and Unblock the Notifications