ବଢିଲା ଚିନ୍ତା, ରାଜ୍ୟରେ ଶହେ ପାର୍ ହେଲା ଦୈନିକ କରୋନା ସଂକ୍ରମଣ
ରାଜ୍ୟରେ ଶହେ ପାର୍ ହେଲା ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୧୧୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରେ ୬୭ ଓ ସ୍ଥାନୀୟ ଅଞ୍ଚଳରୁ ୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ୱର: ରାଜ୍ୟରେ ଶହେ ପାର୍ ହେଲା ଦୈନିକ କରୋନା ସଂକ୍ରମଣ । ୨୪ ଘଣ୍ଟାରେ ୧୧୩ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରେ ୬୭ ଓ ସ୍ଥାନୀୟ ଅଞ୍ଚଳରୁ ୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋଦ୍ଧାରୁ ସର୍ବାଧିକ ୬୫, କଟକରୁ ୨୧ ନୂଆ ଆକ୍ରାନ୍ତ ଚିହ୍ନଟ ।

ସେହିପରି ସମ୍ବଲପୁରରୁ ୪, ଯାଜପୁରରୁ ୨ ଓ ପୁରୀରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଥିବା କୁହାଯାଇଛି । ଗୋଟିଏ ଦିନରେ ୫୨ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ରାଜ୍ୟରେ ମୋଟ୍ ୫୧୭ ଜଣ ସକ୍ରିୟ ସଂକ୍ରମିତ ଥିବା ଜଣାପଡ଼ିଛି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସୂଚନା ଅନୁଯାୟୀ ରାଜ୍ୟରେ ଏଯାଏ ମୋଟ୍ ୧୨,୮୯,୪୪୧ ଜଣ କରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ୧୨,୭୯,୭୪୫ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି ।












Click it and Unblock the Notifications