ରାଜ୍ୟରେ ପାଞ୍ଚ ଶହ ମୁହାଁ କରୋନା ସଂକ୍ରମଣ
ଆଜି ରାଜ୍ୟରେ ୪୭୦ ଆକ୍ରାନ୍ତ ଚିହ୍ନଟ ହୋଇଛି । ୧୮ବର୍ଷରୁ କମ୍ ବର୍ଷର ୪୯ ଜଣ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୨୭୬ ଏବଂ ସ୍ଥାନୀୟ ଅଞ୍ଚଳରୁ ୧୯୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ଭୁବନେଶ୍ୱର: ରାଜ୍ୟରେ ଦୈନିକ ସଂକ୍ରମଣ ୫୦୦ ମୁହାଁ । ଶହେ, ଦୁଇ ଶହ, ତିନିଶହରୁ ସିଧା ପାଞ୍ଚ ଶହ ମୁହାଁ ସଂକ୍ରମଣ ରେଖା । ଆଜି ରାଜ୍ୟରେ ୪୭୦ ଆକ୍ରାନ୍ତ ଚିହ୍ନଟ ହୋଇଛି । ୧୮ବର୍ଷରୁ କମ୍ ବର୍ଷର ୪୯ ଜଣ ଚିହ୍ନଟ ହୋଇଛନ୍ତି । ସଙ୍ଗରୋଧରୁ ୨୭୬ ଏବଂ ସ୍ଥାନୀୟ ଅଞ୍ଚଳରୁ ୧୯୪ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଖୋର୍ଦ୍ଧରୁ ସର୍ବାଧିକ ୨୨୧ ଓ କଟକରୁ ୯୪ ଜଣ ଚିହ୍ନଟ ହୋଇଛନ୍ତି। ଏଥିସହ ରାଜ୍ୟରେ ମୋଟ ସକ୍ରିୟ ମାମଲା ୨୪୮୭ କୁ ବୃଦ୍ଧି ପାଇଛି।
ସେହିପରି ବାଲେଶ୍ୱରରୁ ୯, ଭଦ୍ରକ ୧, ଗଜପତି ୧, ଗଞ୍ଜାମ ୪, ଜଗତସିଂହପୁର ୭, ଯାଜପୁର ୪, ଝାରସୁଗୁଡା ୧, କେନ୍ଦ୍ରାପଡା ୨, କେନ୍ଦୁଝର ୩, ମୟୂରଭଞ୍ଜ ୭, ନୟାଗଡ ୪, ନୂଆପଡା ୫, ପୁରୀ ୧୭, ରାୟଗଡା ୧, ସମ୍ବଲପୁର ୯, ସୋନପୁର ୪, ସୁନ୍ଦରଗଡ ୨୪ ଓ ଷ୍ଟେଟପୋଲରୁ ୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୨୪୮୭ ରେ ପହଞ୍ଚିଲାଣି ।












Click it and Unblock the Notifications