ହୁ କରି ବଢିଲା ସଂକ୍ରମଣ, ୨୪ ଘଣ୍ଟାରେ ୨୭୦୩ ସଂକ୍ରମିତ ଚିହ୍ନଟ
ଗତ ୨୪ଘଣ୍ଟାରେ ୨୭୦୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ବର୍ଷ ମଧ୍ୟରେ ୪୦୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୧୫୭୯ ଚିହ୍ନଟ ହୋଇଥିବାବେଳେ ଲୋକାଲରୁ ୧୧୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଏ
ଭୁବନେଶ୍ୱର: ରାଜ୍ୟରେ ହୁ ହୁ ହୋଇ ବଢ଼ିଚାଲିଛି କରୋନା ସଂକ୍ରମଣ । ଗତ ୨୪ଘଣ୍ଟାରେ ୨୭୦୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ବର୍ଷ ମଧ୍ୟରେ ୪୦୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନରୁ ୧୫୭୯ ଚିହ୍ନଟ ହୋଇଥିବାବେଳେ ଲୋକାଲରୁ ୧୧୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଏମାନଙ୍କ ମଧ୍ୟରୁ ୦ ରୁ ୧୮ ବର୍ଷ ବୟସର ୪୦୯ ଜଣ ସଂକ୍ରମିତ ହୋଇଛନ୍ତି ।

ଖୋର୍ଦ୍ଧାରୁ ସର୍ବାଧିକ ୯୨୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିନ୍ତା ବଢାଇଲାଣି ସୁନ୍ଦରଗଡ଼, ସମ୍ବଲପୁର ଓ କଟକ । ସୁନ୍ଦରଗଡ ୪୫୪, ଷ୍ଟେଟ ପୁଲ ୨୧୧, ସମ୍ୱଲପୁର ୧୭୯, କଟକ ୧୯୧ ଜଣ ଆକ୍ରାନ୍ତ ରହିଛନ୍ତି ।
ସେହିପରି ଯାଜପୁରରୁ ୭୮, ବରଗଡ଼ରୁ ୭୫, ବାଲେଶ୍ବରରୁ ୭୩, ବଲାଙ୍ଗୀର ଓ ପୁରୀରୁ ୫୪ଜଣ ଲେଖାଏଁ, ମୟୂରଭଞ୍ଜରୁ ୪୨, ଦେବଗଡ଼ରୁ ୩୭, କେନ୍ଦୁଝରରୁ ୩୩, ନବରଙ୍ଗପୁରରୁ ୨୯, ଗଞ୍ଜାମରୁ ୨୭, ରାୟଗଡ଼ାରୁ ୨୨, କୋରାପୁଟରୁ ୧୯, ଜଗତସିଂହପୁର ଓ କଳାହାଣ୍ଡିରୁ ୧୩ଜଣ ଲେଖାଏଁ, ନୂଆପଡା ଓ ସୋନପୁରରୁ ୧୦ଜଣ ଲେଖାଏଁ, ଗଜପତିରୁ ୯, ଅନୁଗୁଳ ଓ ବୌଦ୍ଧରୁ ୭ଜଣ ଲେଖାଏ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କେନ୍ଦ୍ରାପଡା ଓ ନୟାଗଡ଼ରୁ ୬ଜଣ ଲେଖାଏଁ, ଭଦ୍ରକରୁ ୫, ଢେଙ୍କାନାଳ ଓ କନ୍ଧମାଳରୁ ୩ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ମାଲକାନଗିରିରୁ ଜଣେ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଅନ୍ୟପକ୍ଷରେ ରାଜ୍ୟରେ ଗତ ୨୪ଘଣ୍ଟାରେ ୨୦୪ ସଂକ୍ରମିତ ସୁସ୍ଥ ହୋଇଥିବା ବେଳେ ଆକ୍ଟିଭ କେସ୍ ୮୨୩୭ ରହିଛି ।
ସେହିପରି ଯଦି ଟିକାକରଣ କଥା କହିବା ତାହାଲେ ରାଜ୍ୟରେ ବର୍ତ୍ତମାନ ୩ ହଜାର ୪୫୩ କେନ୍ଦ୍ରରେ ଟିକାକରଣ ଚାଲିଛି । ଏଥିମଧ୍ୟରୁ ୧୧ ଶହ ୯୧ଟି କେନ୍ଦ୍ରରେ ୧୫ରୁ ୧୮ ବର୍ଷ ପିଲାଙ୍କୁ ଟିକା ଦିଆଯାଉଛି । ଏ ବର୍ଗର ୩ ଲକ୍ଷ ୪୨ ହଜାର ୨୩୨ ଜଣଙ୍କୁ ଟିକା ଦିଆସରିଲାଣି ।












Click it and Unblock the Notifications