ରାଜ୍ୟରେ ୪୬ ପ୍ରାଣ ନେଲାଣି କରୋନା ୪ର୍ଥ ଲହର

ରାଜ୍ୟରେ ଏବେ ଧିରେ ଧିରେ ଦୈନିକ କରୋନା ସଂକ୍ରମଣରେ ହ୍ରାସ ଘଟିବାରେ ଲାଗିଛି । କିନ୍ତୁ କୋଭିଡ ମୃତ୍ୟୁ ଥମିବାର ନାଁ ଧରୁ ନାହିଁ । ୪ର୍ଥ ଲହରରେ ରାଜ୍ୟରେ ୪୬ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି ।

ଭୁବନେଶ୍ୱର: ରାଜ୍ୟରେ ଏବେ ଧିରେ ଧିରେ ଦୈନିକ କରୋନା ସଂକ୍ରମଣରେ ହ୍ରାସ ଘଟିବାରେ ଲାଗିଛି । କିନ୍ତୁ କୋଭିଡ ମୃତ୍ୟୁ ଥମିବାର ନାଁ ଧରୁ ନାହିଁ । ବେଶ୍‍ କିଛି ଦିନର ବ୍ୟବଧାନ ପରେ ଜୁଲାଇ ମାସରୁ କୋଭିଡ୍‍ ମୃତ୍ୟୁ ଆରମ୍ଭ ହୋଇଥିଲା । ୪ର୍ଥ ଲହରରେ ରାଜ୍ୟରେ ୪୬ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ରହିଛି । ପ୍ରତି ଦିନ ଜଣେ ଦୁଇ ଜଣ କୋଭିଡ୍‍ ଆକ୍ରାନ୍ତ ପ୍ରାଣ ହରାଉଛନ୍ତି ।

Odisha Corona

ସେପଟେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୨୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୧୨୯ ଜଣ କ୍ୱାରେଣ୍ଟାଇନ୍‌ରୁ ରହିଥିବା ବେଳେ ୯୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୩୧ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୨୭୧୫୦କୁ ବୃଦ୍ଧି ପାଇଛି ।

ନୂଆ ଅକ୍ରାନ୍ତଙ୍କ ମଧ୍ୟରେ ଅନୁଗୁଳ ଜିଲ୍ଲାରୁ ଜଣେ, ବାଲେଶ୍ୱର ଜିଲ୍ଲାରୁ ୩ଜଣ, ବରଗଡ଼ ଜିଲ୍ଲାରୁ ୨ଜଣ, ବଲାଙ୍ଗୀର ଜିଲ୍ଲାରୁ ୧୪ଜଣ, ବୌଦ୍ଧ ଜିଲ୍ଲାରୁ ୨ଜଣ, କଟକ ଜିଲ୍ଲାରୁ ୧୨ଜଣ, ଦେଓଗଡ଼ ଜିଲ୍ଲାରୁ ୬ଜଣ, ଯାଜପୁର ଜିଲ୍ଲାରୁ ୬ଜଣ, ଝାରସୁଗୁଡ଼ା ଜିଲ୍ଲାରୁ ୪ଜଣ, କଳାହାଣ୍ଡି ଜିଲ୍ଲାରୁ ୧୦ଜଣ, କନ୍ଧମାଳ ଜିଲ୍ଲାରୁ ୩ଜଣ, କେନ୍ଦ୍ରପଡ଼ା ଜିଲ୍ଲାରୁ ଜଣେ, ଖୋର୍ଦ୍ଧା ଜିଲ୍ଲାରୁ ୫୮ଜଣ, କୋରାପୁଟ ଜିଲ୍ଲାରୁ ଜଣେ, ମୟୁରଭଞ୍ଜ ଜିଲ୍ଲାରୁ ୫ଜଣ, ନବରଙ୍ଗପୁର ଜିଲ୍ଲାରୁ ୧୩ଜଣ, ନୟାଗଡ଼ ଜିଲ୍ଲାରୁ ୩ଜଣ, ନୂଆପଡ଼ା ଜିଲ୍ଲାରୁ ୯ଜଣ, ପୁରୀ ଜିଲ୍ଲାରୁ ଜଣେ, ରାୟଗଡ଼ା ଜିଲ୍ଲାରୁ ୩ଜଣ, ସମ୍ବଲପୁର ଜିଲ୍ଲାରୁ ୧୫ଜଣ, ସୋନପୁର ଜିଲ୍ଲାରୁ ୪ଜଣ, ସୁନ୍ଦରଗଡ଼ ଜିଲ୍ଲାରୁ ୩୫ଜଣ, ଷ୍ଟେଟ ପୁଲ୍‌ରୁ ୧୪ଜଣ ରହିଛନ୍ତି ।

ଚଳିତ ବର୍ଷ ଜାନୁଆରୀ ୩ ତାରିଖ ସୁଦ୍ଧା ରାଜ୍ୟରେ ୮୪୬୩ କୋଭିଡ୍‍ ମୃତ୍ୟୁ ହୋଇଥିଲା। ଗତକାଲି ସକାଳ ସୁଦ୍ଧା ରାଜ୍ୟରେ ୯୧୭୨ ଜଣ ପ୍ରାଣ ହରାଇଛନ୍ତି। ୪ର୍ଥ ଲହର ଆରମ୍ଭ ହେବା ପରେ କୋଭିଡ୍‍ ମୃତ୍ୟୁ ହୋଇନଥିଲା। ତେବେ ଜୁଲାଇ ୧୨ ତାରିଖରେ ପ୍ରଥମ କୋଭିଡ୍‍ ମୃତ୍ୟୁ ହୋଇଥିଲା। ଏହା ପରେ ଦିନେ ଦୁଇ ଦିନ ବ୍ୟବଧାନରେ କ୍ରମାଗତ ଭାବେ କୋଭିଡ୍‍ ମୃତ୍ୟୁ ହୋଇ ୪୬ ଜଣଙ୍କ ପ୍ରାଣ ନେଲାଣି କରୋନା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+