ଷଷ୍ଠ ଅର୍ଥ କମିଶନ ଗଠନ କଲେ ରାଜ୍ୟ ସରକାର,ଅବସରପ୍ରାପ୍ତ ଆଇଏଏସ ଅରୁଣ ପଣ୍ଡା ଅଧ୍ୟକ୍ଷ
ଷଷ୍ଠ ଅର୍ଥ କମିଶନ ଗଠନ କଲେ ରାଜ୍ୟ ସରକାର। ଅବସରପ୍ରାପ୍ତ IAS ଅରୁଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ କମିଶନ ଗଠନ ହୋଇଛି। ୩ ସଦସ୍ୟ ଏବଂ ଜଣେ ମେମ୍ବର ସେକ୍ରେଟାରୀ ଏଥିରେ ସ୍ଥାନ ପାଇଛନ୍ତି। ଆୟୋଗର ଅନ୍ୟ ସଦସ୍ୟମାନେ ହେଉଛନ୍ତି ଏକ୍ସଆଇଏମବିର ପ୍ରଫେସର ଅସିତ ରଞ୍ଜନ ମହାନ୍ତି,

ପଣ୍ଡିଚେରୀ ବିଶ୍ୱବିଦ୍ୟାଳୟର ଅର୍ଥନୀତି ବିଭାଗର ପ୍ରଫେସର ଅମରଶ ସାମନ୍ତରାୟ ଏବଂ ଟିଆଇଏସଏସର ପ୍ରଫେସର ଡକ୍ଟର ବିଭୂ ପ୍ରସାଦ ନାୟକ।ଅର୍ଥ ବିଭାଗର ଅତିରିକ୍ତ ସଚିବ ଡ.ସତ୍ୟ ପ୍ରିୟ ରଥଙ୍କୁ ସଦସ୍ୟ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ସଦସ୍ୟ ସଚିବଙ୍କ ସମେତ ଆୟୋଗର ଚେୟାରମ୍ୟାନ୍ ତଥା ଅନ୍ୟ ସଦସ୍ୟମାନେ ବିଜ୍ଞପ୍ତି ପ୍ରକାଶ ପାଇବା ଦିନଠାରୁ ୬ମାସ ପର୍ଯ୍ୟନ୍ତ କାର୍ଯ୍ୟ କରିବେ।












Click it and Unblock the Notifications