ଆଜି ଓଡିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ; କଂଗ୍ରେସର ‘ଓଡ଼ିଶା ବଞ୍ଚାଅ ସମାବେଶ’ କୁ କରିବେ ସମ୍ବୋଧିନ

ଆଜି ଓଡିଶା ଗସ୍ତରେ ଆସୁଛନ୍ତି କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ । କଂଗ୍ରେସର 'ଓଡ଼ିଶା ବଞ୍ଚାଅ ସମାବେଶ' ନାମରେ ନାମିତ ସାଧାରଣ ସଭାକୁ ସମ୍ବୋଧିନ କରିବେ ଖଡଗେ ।

୨୦୨୨ରେ କଂଗ୍ରେସ ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ହେଉଛି ମଲ୍ଲିକାର୍ଜୁନ ଖଡଗେଙ୍କର ପ୍ରଥମ ଓଡ଼ିଶା ଗସ୍ତ । ତେବେ ଏହି ସମାବେଶକୁ ସଫଳ କରିବା ପାଇଁ ରାଜ୍ୟର କୋଣ ଅନୁକୋଣରୁ ପ୍ରାୟ ୫୦ହଜାର ନେତା, କର୍ମୀଙ୍କୁ ସାମିଲ କରିବାକୁ କଂଗ୍ରେସ ପ୍ରସ୍ତୁତି କରାଇଛି ।

ଆଗକୁ ରାଜ୍ୟରେ ବିଧାନସଭା ସହିତ ଲୋକସଭା ନିର୍ବାଚନ ହେବାକୁ ଥିବା ବେଳେ ଖଡଗେଙ୍କ ଗସ୍ତ କଂଗ୍ରେସ ଶିବିରରେ ଉତ୍ସାହ ଭରିବ ବୋଲି ଆଶା କରାଯାଉଛି । ରାଜଧାନୀରେ ପୋଷ୍ଟର ବ୍ୟାନରରେ ଛାଇ ଯାଇଛି ।

mallikarjun kharge

ବିଜେଡି ସରକାରର ୨୪ ବର୍ଷ ପରେ ରାଜ୍ୟରେ ବଢୁଥିବା ବେକାରୀ ସମସ୍ୟା, ଦାରିଦ୍ର୍ୟର ଏବଂ ରାଜ୍ୟର ଶାସନ ନେତୃତ୍ୱକୁ ନେଇ ଖଡଗେ ବର୍ଷିପାରନ୍ତି ।

ଏହି ସମାବେଶରେ ଉଦବୋଧନ ଦେଇ 2024 ନିର୍ବାଚନର ବିଗୁଲ ବଜାଇବେ । ପରେ ରାଜ୍ୟର ବରିଷ୍ଠ କଂଗ୍ରେସ ନେତା ଏବଂ କଂଗ୍ରେସ ମେଣ୍ଟରେ ଥିବା ଦଳଗୁଡିକ ସହ ଆଲୋଚନା କରିବେ । ସଭାପତି ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଏହା ଖଡଗେଙ୍କ ପ୍ରଥମ ଓଡ଼ିଶା ଗସ୍ତ ହୋଇଥିବାରୁ କାର୍ଯ୍ୟକ୍ରମକୁ ସଫଳ କରିବାକୁ ଯୋଜନା କରିଛି ଓଡ଼ିଶା କଂଗ୍ରେସ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+