ଆଜି ଦିଲ୍ଲୀରେ ବସିବ ଓଡ଼ିଶା କଂଗ୍ରେସର ବଡ଼ ବୈଠକ
ଆଜି ଅର୍ଥାତ୍ ସୋମବାର ଓଡ଼ିଶା କଂଗ୍ରେସ ପାଇଁ ନୂଆଦିଲ୍ଲୀରେ ଏକ ବଡ଼ ବୈଠକ ଅନୁଷ୍ଠିତ ହେବ। ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସହ ଅଜୟ ଲଲୁ ଓ ରାମଚନ୍ଦ୍ର କାଡାମ ମଧ୍ୟ ଉପସ୍ଥିତ ରହିବେ। ଏଥିସହିତ ସଙ୍ଗଠନ ସୃଜନର ୩୫ ଜଣ ସଦସ୍ୟ ମଧ୍ୟ ଯୋଗ ଦେବେ। ଏହି ସଦସ୍ୟମାନଙ୍କୁ ରାହୁଲ କିଛି ଦଳୀୟ ସଂଗଠନ ନେଇ ପରାମର୍ଶ ଦେବେ। ଦିଲ୍ଲୀରୁ ଆସିଲା ପରେ କଂଗ୍ରେସ ଜିଲା ସଭାପତି ଚୟନ ହେବ ବୋଲି ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ।
ଭକ୍ତଙ୍କ ସୂଚନା ଅନୁଯାୟୀ, ଆଗାମୀ ଦିନରେ ରାଜ୍ୟରେ କଂଗ୍ରେସ ସଙ୍ଗଠନ କିଭଳି ଅଧିକ ମଜଭୁତ ହେବ ସେଥିପାଇଁ ରାହୁଲ ସ୍ବତନ୍ତ୍ର ଟିପ୍ସ ଦେବେ। ରାଜ୍ୟ କଂଗ୍ରେସର ବିଭିନ୍ନ ଦିଗ ଉପରେ ଆଲୋଚନା ହେବ। ବିଶେଷ କରି କଂଗ୍ରେସର ୩୫ଟି ସାଙ୍ଗଠନିକ ଜିଲାର ସଭାପତି ଚୟନ ନିଷ୍ପତ୍ତି ପାଇଁ ଆଲୋଚନା ହେବ।













Click it and Unblock the Notifications