ଆସନ୍ତାକାଲି 'ଭାରତ ବନ୍ଦ' ଡାକରକୁ ପ୍ରଦେଶ କଂଗ୍ରେସର ସମର୍ଥନ

ଭାରତ ବନ୍ଦ ଡାକରାକୁ ସମର୍ଥନ ଜଣାଇଛି ରାଜ୍ୟ କଂଗ୍ରେସ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜରିଆରେ ଏହି ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି।

ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କ ନୂତନ କୃଷି ନିୟମକୁ ବିରୋଧ କରି ୟୁନାଇଟେଡ୍ କିଷାନ ମୋର୍ଚ୍ଚା 12 ଘଣ୍ଟିଆ ଭାରତ ବନ୍ଦ ଡାକରା ଦେଇଛି । ସକାଳ 6 ଟାରୁ ଆରମ୍ଭ ହୋଇ ସନ୍ଧ୍ୟା 6 ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରିବାକୁ କୃଷକ ସଙ୍ଗଠନ ଆହ୍ୱାନ କରିଛି । ଏହି ବନ୍ଦ ଡାକରାକୁ ସମର୍ଥନ ଜଣାଇଛି ରାଜ୍ୟ କଂଗ୍ରେସ। ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏକ ଭିଡିଓ ବାର୍ତ୍ତା ଜରିଆରେ ଏହି ବନ୍ଦ ଡାକରାକୁ ସମର୍ଥନ କରିଛନ୍ତି।

 Odisha Congress

ଭିଡିଓ ବାର୍ତ୍ତାରେ ନିରଞ୍ଜନ କହିଛନ୍ତି, ସାରା ଭାରତ ବର୍ଷର ଯେତେ କୃଷକ ସଂଗଠନ, ଆଇଓଟିସି ଶ୍ରମିକ ସଂଗଠନ ଆସନ୍ତାକାଲି ଭାରତ ବନ୍ଦ ଡାକରା ଦେଇଛନ୍ତି। ଓଡ଼ିଶାରେ ସବୁ ଜିଲ୍ଲାରେ କଂଗ୍ରେସ ଦଳ ତରଫରୁ ଏହି ବନ୍ଦକୁ ସମର୍ଥନ କରାଯିବ। ଏଥିପାଇଁ ସବୁ ଜିଲ୍ଲାର କଂଗ୍ରେସ ସଭାପତିମାନଙ୍କୁ ବନ୍ଦ ପାଳନରେ ସହଯୋଗ କରିବାକୁ ଅନୁରୋଧ କରାଯାଇଛି। ଏହା ଦେଶର ଏକ ସମସ୍ୟା ଓ ଚାଷୀ ଭାଇମାନଙ୍କର ସମସ୍ୟା।

ତେବେ ବନ୍ଦ ସମୟରେ ଦେଶର ବିଭିନ୍ନ ସ୍ଥାନରେ ବନ୍ଦ ପାଳନ କରାଯିବ ବୋଲି ସଙ୍ଗନ ପକ୍ଷରୁ ସୂଚନା ଦିଆଯାଇଛି । ଏଥି ସହିତ ନୂତନ କୃଷି ଆଇନ ଏବଂ ସରକାରଙ୍କ କୁଶପୁତ୍ତଳିକା ଦାହ କରିବେ ବୋଲି କୃଷକମାନେ କହିଛନ୍ତି । ଏହା ପୂର୍ବରୁ କୃଷକ ସଙ୍ଗଠ ପକ୍ଷରୁ ଦିଆଯାଇଥିବା ବନ୍ଦ ଡାକରାରେ ମାତ୍ର ତିନି ଘଣ୍ଚା ପାଇଁ ବନ୍ଦ ପାଳନ କରାଯାଇଥିଲା, ଫଳରେ ଜନସାଧାରଣଙ୍କ ଜୀବନ ଉପରେ ସେତେଟା ପ୍ରଭାବ ପଡଡ଼ିନଥିବା ଦେଖିବାକୁ ମିଳିଥିଲା ।

ତେବେ କେନ୍ଦ୍ର ଯେଉଁ ତିନୋଟି ବିଲ୍ ପାସ୍ କରିଛନ୍ତି, ତା' ବିରୋଧରେ ଚାଷୀ ଭାଇମାନଙ୍କର ଆନ୍ଦୋଳନ ଜାରି ରହିଛି। ଏହି ଆନ୍ଦୋଳନରେ ଶହଶହ ଚାଷୀ ପ୍ରାଣ ହରାଇ ସାରିଲେଣି, ତଥାପି କେନ୍ଦ୍ର ସରକାର ଭୃକ୍ଷେପ ନାହିଁ। କେନ୍ଦ୍ର ସରକାରଙ୍କର କେତେ ଦିନ ଯାଏ ଏହି ଅହଂଭାବ ରହିବ, ତାକୁ ଆମେ ଅପେକ୍ଷା କରି ରହିଲୁ। ତେଣୁ ଜନସାଧାରଣ ଏବଂ କଂଗ୍ରେସର ପ୍ରତ୍ୟେକ କର୍ମୀ ଏହି ବନ୍ଦ ଡାକରାକୁ ସମର୍ଥନ କରନ୍ତୁ ବୋଲି ନିରଞ୍ଜନ ପଟ୍ଟନାୟକ ଅପିଲ୍ କରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+