ତୈଳ ଦର ବୃଦ୍ଧି ପ୍ରତିବାଦରେ ରାଜ୍ୟରେ ବିଭିନ୍ନ ପେଟ୍ରୋଲ ପମ୍ପ ଆଗରେ କଂଗ୍ରେସର ଧାରଣା
ଏଆଇସିସିର ଆହ୍ୱାନ କ୍ରମେ ସାରା ଦେଶରେ ବିଭିନ୍ନ ପେଟ୍ରୋଲ ପମ୍ପ ସମ୍ମୁଖରେ ଦଳୀୟ କର୍ମୀମାନେ ଧାରଣା ଦେଇଥିବା ବେଳେ ରାଜ୍ୟ କଂଗ୍ରେସ ବି ଏଥିରେ ସାମିଲ ହୋଇଛି। ଟ୍ୟାକ୍ସ ପ୍ରତ୍ୟାହାର କରି ତୈଳ ଦର କମ୍ କରିବାକୁ ଦଳ ଦାବି କରିଛି।
ଭୁବନେଶ୍ୱର: ପେଟ୍ରୋଲ, ଡିଜେଲ ଏବଂ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ଦେଶବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରୁଛି । ଏଆଇସିସିର ଆହ୍ୱାନ କ୍ରମେ ସାରା ଦେଶରେ ବିଭିନ୍ନ ପେଟ୍ରୋଲ ପମ୍ପ ସମ୍ମୁଖରେ ଦଳୀୟ କର୍ମୀମାନେ ଧାରଣା ଦେଇଥିବା ବେଳେ ରାଜ୍ୟ କଂଗ୍ରେସ ବି ଏଥିରେ ସାମିଲ ହୋଇଛି। ଟ୍ୟାକ୍ସ ପ୍ରତ୍ୟାହାର କରି ତୈଳ ଦର କମ୍ କରିବାକୁ ଦଳ ଦାବି କରିଛି।

ସୂଚନାଥାଉ କି, ୧୩ ମାସ ଭିତରେ ପେଟ୍ରୋଲ ଦର ୨୫ ଟଙ୍କା ୭୨ ପଇସା ଓ ଡିଜେଲ ଦର ୨୩ ଟଙ୍କା ୯୩ ପଇସା ବଢ଼ିଛି । ଗତ ୫ ମାସରେ ୪୩ ଥର ତୈଳ ଦର ବଢ଼ିଛି। ଏମିତିକି ଦେଶର କେତେକ ସ୍ଥାନରେ ପେଟ୍ରୋଲ ଦର ଲିଟର ପ୍ରତି ଶହେ ଟଙ୍କା ଟପି ଗଲାଣି।
କଳାହାଣ୍ଡିରେ କଂଗ୍ରେସର ଆନ୍ଦୋଳନ
କଳାହାଣ୍ଡି ଜିଲ୍ଲା କଂଗ୍ରେସ କମିଟି ଜିଲ୍ଲାର ସମସ୍ତ ପେଟ୍ରୋଲ ପମ୍ପ୍ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । କରୋନା ମହାମାରୀ ସମୟରେ ତୈଳ ଦର ବୃଦ୍ଧି ସାଧାରଣ ଜନତାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶୋଷଣ ତେଣୁ ତୁରନ୍ତ ପ୍ରତ୍ୟାହାର ଦାବି କରିଛି କଂଗ୍ରେସ ଦଳ ।

ବାଲେଶ୍ଵରରେ କଂଗ୍ରେସର ଆନ୍ଦୋଳନ
ବାଲେଶ୍ଵର ଜିଲ୍ଲାରେ ମଧ୍ୟ ବିଭିନ୍ନ ପେଟ୍ରୋଲ ପମ୍ପରେ କଂଗ୍ରେସ ତରଫରୁ ଧାରଣା ଓ ବିକ୍ଷୋଭ ଜାରି ରହିଛି । ତୈଳ ଦର ବୃଦ୍ଧି ପ୍ରତିବାଦରେ ଉତ୍ତର ବାଲେଶ୍ଵରର ଜଳେଶ୍ଵର, ଭୋଗରାଇ, ବସ୍ତା ଓ ବାଲିଆପାଳ ବ୍ଲକର ସମସ୍ତ ପେଟ୍ରୋଲ ପମ୍ପରେ କଂଗ୍ରେସ ତରଫରୁ ଧାରଣା ଓ ବିକ୍ଷୋଭ ଜାରି ରହିଥିବା ବେଳେ ସରକାର ତୈଳ ଦର ଉପରେ ନିୟନ୍ତ୍ରଣ ନ ଆଣିବା ଯାଏଁ ସରକାରଙ୍କୁ ବିରୋଧ କରାଯିବା ବୋଲି କଂଗ୍ରେସ ତରଫରୁ କୁହାଯାଇଛି ।

ସେହିପରି ଭୁବନେଶ୍ୱରରେ ଦଳୀୟ ନେତା ଓ କର୍ମୀଙ୍କ ସହ ପେଟ୍ରୋଲ୍ ପମ୍ପ ଆଗରେ ଧାରଣାରେ ବସିଛନ୍ତି ରାଜ୍ୟ କଂଗ୍ରେସର ଛାମୁଆ ନେତା । ପିପିସି କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝି କହିଛନ୍ତି, କେନ୍ଦ୍ର ସରକାର ଅତି ନିଷ୍ଠୁର ହୋଇଯାଇଛି। ନିଜ ପ୍ରତିଶ୍ରୁତି ପାଳନ କରୁନି। ପେଟ୍ରୋଲ୍ ଓ ଡିଜେଲ ଦରରେ ନିୟନ୍ତ୍ରଣ ଆଣିବା ପାଇଁ ଯେଉଁ ପ୍ରତିଶ୍ରୁତି ନିର୍ବାଚନ ବେଳେ ଦେଇଥିଲା, ତାହା ସଂପୂର୍ଣ୍ଣ ମିଥ୍ୟା ଥିଲା। ତୈଳ ଦର ୧୦୦ ଟଙ୍କା ପାର ହୋଇଗଲାଣି। ଏହା କେତେ ବାଧୁଛି, ତାହା କେବଳ ଗ୍ରାହକମାନେ ଜାଣିଛନ୍ତି। ସରକାର ପେଟ୍ରୋଲ୍ ଓ ଡିଜେଲ ଉପରେ ଯେଉଁ ୨୬୦% ଟିକସ ନେଉଛନ୍ତି, ତାକୁ ତୁରନ୍ତ ପ୍ରତ୍ୟାହାର କରି ନିଅନ୍ତୁ। ନ ହେଲେ ଲକ୍ଡାଉନ୍ ପରେ କଂଗ୍ରେସ ଦଳ ଏହାର ପ୍ରତିବାଦ କରି ରାସ୍ତାକୁ ଓହ୍ଲାଇବ।













Click it and Unblock the Notifications