ରାଜ୍ୟ କଂଗ୍ରେସର ରାଜଭବନ ଘେରାଉ
ଦୁଇ ଦଫା ଦାବି ନେଇ ରାଜଭବନ ଘେରାଉ କରିଛି ଓଡିଶା ପ୍ରଦେଶ କଂଗ୍ରେସ । ୩ କୃଷି ଆଇନ ପ୍ରତ୍ୟାହାର ଓ ତୈଳ ଦର ବୃଦ୍ଧିକୁ ବିରୋଧ କରି ଦଳର ରୋଡ ସୋ ଆଜି ଦେଖିବାକୁ ମିଳିଥିଲା ।
ଭୁବନେଶ୍ବର: ରାଜ୍ୟ କଂଗ୍ରେସର ରାଜଭବନ ଘେରାଉ । ଦୁଇ ଦଫା ଦାବି ନେଇ ରାଜଭବନ ଘେରାଉ କରିଛି ଓଡିଶା ପ୍ରଦେଶ କଂଗ୍ରେସ । ୩ କୃଷି ଆଇନ ପ୍ରତ୍ୟାହାର ଓ ତୈଳ ଦର ବୃଦ୍ଧିକୁ ବିରୋଧ କରି ଦଳର ରୋଡ ସୋ ଆଜି ଦେଖିବାକୁ ମିଳିଥିଲା ।

୩ଟି କୃଷି ଆଇନକୁ କଳା ଆଇନ କହିବା ସହ ଆଇନ ପ୍ରତ୍ୟାହାର କରିବାକୁ ଦାବି କରିଛି କଂଗ୍ରେସ । ଏହା ବାଦ୍ ପେଟ୍ରୋଲ ଡିଜେଲ ଦରବୃଦ୍ଧିକୁ ନେଇ ମଧ୍ୟ ଦଳ ପ୍ରତିବାଦ କରିଛି । ଦୁଇ ଦଫା ଦାବି ନେଇ ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛି ଓଡିଶା ପ୍ରଦେଶ କଂଗ୍ରେସ କମିଟି ।
ତେବେ ରାଜଭବନ ଆଗରେ ଧାରଣା ସମୟରେ ପୋଲିସ ସହିତ କଂଗ୍ରେସ କର୍ମୀଙ୍କର ଧସ୍ତାଧସ୍ତି ମଧ୍ୟ ହୋଇଥିଲ।। କୃଷି ଆଇନ ପ୍ରତ୍ୟାହାର ନହେବା ଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛି ଓଡିଶା ପିସିସି ।












Click it and Unblock the Notifications