କଂଗ୍ରେସର ଓଡ଼ିଶା ବଞ୍ଚାଅ ସମାବେଶ; ଉଭୟ କେନ୍ଦ୍ର ଓ ରାଜ୍ୟ ଉପରେ ବର୍ଷିଲେ ମଲ୍ଲିକାର୍ଜୁନ ଖଡ୍ଗେ
ଉଭୟ କେନ୍ଦ୍ର ଓ ରାଜ୍ୟ ଉପରେ ବର୍ଷିଲେ ମଲ୍ଲିକାର୍ଜୁନ ଖଡ୍ଗେ ।ଭୁବନେଶ୍ୱରରେ କଂଗ୍ରେସର ଓଡ଼ିଶା ବଞ୍ଚାଅ ସମାବେଶରେ ସାମିଲ୍ ହୋଇ ବର୍ଷିଛନ୍ତି କଂଗ୍ରେସ୍ ସଭାପତି । ସମାବେଶରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ୍ଗେ ନିଜର ବକ୍ତବ୍ୟ ରଖିଛନ୍ତି ।
ସେ କହିଛନ୍ତି ଯେ, ପଣ୍ଡିତ ନେହରୁଙ୍କ ଦୃଷ୍ଟିରେ ଓଡ଼ିଶା ବିଶେଷ ସ୍ଥାନ ନେଇଥିଲା । ଓଡ଼ିଶାରେ କଂଗ୍ରେସର ବହୁତ ବଡ଼ ଅଧିବେଶନ ହୋଇଥିଲା । କଂଗ୍ରେସ ପାଇଁ ଓଡ଼ିଶା ସର୍ବଦା ମହତ୍ୱପୂର୍ଣ୍ଣ ସ୍ଥାନ ନେଇଛି ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ବିଜୁ ପଟ୍ଟନାୟକଙ୍କ ସହ ନେହରୁଙ୍କ ଘନିଷ୍ଠ ସଂପର୍କ ଥିଲା । ଏବର ପଟ୍ଟନାୟକଙ୍କର କିନ୍ତୁ ବିଜେପି ସହ ସଂପର୍କ ରହିଛି । ସେ ପଟ୍ଟନାୟକ ଓ ଏ ପଟ୍ଟନାୟକଙ୍କ ମଧ୍ୟରେ ବହୁତ ତଫାତ ବୋଲି କହିଛନ୍ତି । ବିଜେପି-ବିଜେଡି ମଧ୍ୟରେ ଆମେ ବାହାଘର କରିଛୁ ବିଲି ଖଡ୍ଗେ କହିଛନ୍ତି ।

ସେ ଆହୁରି କହିଛନ୍ତି ଯେ, ପାରାଦୀପ ବନ୍ଦର, ରାଉରକେଲା ଷ୍ଟିଲ ପ୍ଲାଣ୍ଟ କଂଗ୍ରେସ କରିଛି । ପଟ୍ଟନାୟକ ଓ ମୋଦି ଓଡ଼ିଶାକୁ କଣ ଦେଇଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଖଡ୍ଗେ । ଓଡ଼ିଶାରେ ଯାହା ବି ହୋଇଛି, ସବୁ କଂଗ୍ରେସ ସମୟରେ ହୋଇଛି । ମୋଦି ଲୋକତନ୍ତ୍ର, ସମ୍ବିଧାନକୁ ବରବାଦ କରୁଛନ୍ତି ବିଲି ଖଡ୍ଗେ କହିଛନ୍ତି । ଧନୀ ଲୋକ ବିଜେପି ସହ, ପଟ୍ଟନାୟକ ସହ ଅଛନ୍ତି ବୋଲି ସେ ଟାର୍ଗେଟ କରି କହିଛନ୍ତି।
ଗରିବଙ୍କ ସହ ସବୁବେଳେ କଂଗ୍ରେସ ଛିଡ଼ା ହୋଇଛି । ରାହୁଲ ଗାନ୍ଧି ଦେଶକୁ ଏକତା ସୂତ୍ରରୁ ବାନ୍ଧୁଛନ୍ତି, ବିଜେପି ଭାଙ୍ଗୁଛି ବୋଲି ସେ କହିଛନ୍ତି ।
ସେ ଆହୁରି କହିଛନ୍ତି ଯେ, ସିବିଆଇ, ଇଡି ଲଗାଇ ମଲ୍ଲିକାର୍ଜୁନ ଖଡ୍ଗେ ହୁକୁମାତି କରୁଛନ୍ତି । ଡରରେ କିଏ ପାର୍ଟି ଛାଡୁଛି, କିଏ ମେଣ୍ଟ ଛାଡ଼ି ପଳାଉଛି । ଏତେ ଡର ରହିଲେ ଗଣତନ୍ତ୍ର ବଞ୍ଚିବ କି ବୋଲି ପ୍ରଶ୍ନ କଲେ ଖଡ୍ଗେ । ଏଥର ଯଦି ମୋଦି ଜିତିବେ ତେବେ ଏକଛତ୍ରବାଦ ଚଳାଇବେ ବୋଲି କହିଛନ୍ତି । ତେଣୁ ଏହା ଶେଷ ନିର୍ବାଚନ, ଆପଣମାନଙ୍କ ପାଇଁ ଶେଷ ସୁଯୋଗ ବୋଲି ସେ କହିଛନ୍ତି ।
ଏ ଲଢ଼େଇ ଧନୀ- ଗରିବଙ୍କ ମଧ୍ୟରେ ଚାଲିଛି ବୋଲି ଖଡ୍ଗେ କହିଛନ୍ତି ।
ଆମେ ଗରିବଙ୍କ ସହ ଅଛୁ, ମୋଦି-ନବୀନ ଧନୀଙ୍କ ସହ ଅଛନ୍ତି ବୋଲି ସେ କହିଛନ୍ତି ।












Click it and Unblock the Notifications