ଜିଏସଟି ସଂଗ୍ରହରେ ଓଡିଶାକୁ ସଫଳତା, ଅକ୍ଟୋବର ମାସରେ ସଂଗ୍ରହ ହୋଇଛି ୩୭୬୯.୪୪ କୋଟି

ଚଳିତ ବର୍ଷ ଅକ୍ଟୋବରରେ ଜିଏସଟି ବାବଦକୁ ଓଡିଶା ମୋଟ ୩୭୬୯.୪୪ କୋଟି ଟଙ୍କା ସଂଗ୍ରହ କରିଛି । ୨୦୨୧ ମସିହାରେ ଅକ୍ଟୋବର ମାସରେ ଏହି ସଂଗ୍ରହ ପରିମାଣ ଥିଲା ୩୫୯୩.୩୪ କୋଟି ଟଙ୍କା ।

ଭୁବନେଶ୍ୱର: ଚଳିତ ବର୍ଷ ଅକ୍ଟୋବରରେ ଜିଏସଟି ବାବଦକୁ ଓଡିଶା ମୋଟ ୩୭୬୯.୪୪ କୋଟି ଟଙ୍କା ସଂଗ୍ରହ କରିଛି । ୨୦୨୧ ମସିହାରେ ଅକ୍ଟୋବର ମାସରେ ଏହି ସଂଗ୍ରହ ପରିମାଣ ଥିଲା ୩୫୯୩.୩୪ କୋଟି ଟଙ୍କା ।

Odisha GST Collection in October

ସେହିପରି ଚଳିତ ଆର୍ଥିକ ବର୍ଷର ଅକ୍ଟୋବର ମାସ ପର୍ଯ୍ୟନ୍ତ ସାମଗ୍ରୀକ ମୋଟ ଜିଏସଟି ସଂଗ୍ରହ ୨୭୯୦୧.୩୮ କୋଟି ଟଙ୍କା ରହିଥିବା ବେଳେ ଗତ ଆର୍ଥିକ ବର୍ଷର ଅକ୍ଟୋବର ମସ ପର୍ଯ୍ୟନ୍ତ ଏହା ଥିଲା ୨୩୮୯୭.୨୦ କୋଟି ଟଙ୍କ । ଫଳରେ ଚଳିତ ମାସରେ ୧୬.୭୬ ପ୍ରତିଶତ ଅଭିବୃଦ୍ଧି ଘଟିଛି ।

ସାମଗ୍ରୀକ ରାଜ୍ୟ ଜିଏସଟି ସଂଗ୍ରହ କ୍ଷେତ୍ରରେ ମଧ୍ୟ ଚଳିତ ଆର୍ଥିକ ବର୍ଷର ଅକ୍ଟୋବର ମାସ ପର୍ଯ୍ୟନ୍ତ ୮୨୬୪.୫୯ କୋଟି ଟଙ୍କା
ସଂଗୃହୀତ ହୋଇଥିବା ବେଳେ ୨୦୨୧-୨୨ ଆର୍ଥିକ ବର୍ଷର ଅକ୍ଟୋବର ମୋସ ପର୍ଯ୍ୟନ୍ତ ଏହି ସଂଗ୍ରହ ପରିମଣ ଥିଲା ୬୮୧୯.୯୧
କୋଟି ଟଙ୍କା । ଏ କ୍ଷେତ୍ରରେ ଅଭିବୃଦ୍ଧି ଘଟିଛି ୨୧.୧୮ ପ୍ରତିଶତ ।

ଗତବର୍ଷ ତୁଳନାରେ ଚଳିତ ଆର୍ଥିକ ବର୍ଷର ଅକ୍ଟୋବର ମାସ ଶେଷ ପର୍ଯ୍ୟନ୍ତ କେନ୍ଦ୍ରିୟ ଜିଏସଟି, ସମନ୍ୱିତ ଜିଏସଟି ଏବଂ ଅତିରିକ୍ତ ଜିଏସଟି ସାମଗ୍ରୀକ ବୃଦ୍ଧି ହାର ଯଥାକ୍ରମେ ୧୮.୯୧ %, ୮.୧୩% ଓ ପ୍ରତିଶତ ରହିଛି । ୨୦୨୨ ମସିହୋ ଅକ୍ଟୋବର ମାସରେ ଓଡିଶା ନିଜ ପାଖରେ ରଖିଥିବା ଜିଏସଟି ରାଜସ୍ୱ ସଂଗ୍ରହ ୧୯୩୪.୭୦ କୋଟି ଟଙ୍କା ହୋଇଥିବା ବେଳେ ୨୦୨୧ ମସିହା ଅକ୍ଟୋବର ମାସରେ ଏହି ପରିମୋଣ ଥିଲା ୧୩୭୧.୦୯ କୋଟି ଟଙ୍କା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+